ବାଗେଶ୍ବର ବାବାଙ୍କ ନାଁରେ ଆଣିଥିଲେ ଅଭିଯୋଗ : ଆମ୍ବୁଲାନ୍ସରେ ‘ମହିଳା ତସ୍କର’ କରୁଥିଲେ ବାବାଙ୍କ ସେବକ ! ପ୍ରଫେସରଙ୍କ ନାଁରେ ଦିଆଗଲା FIR

ମହିଳାଙ୍କୁ ନେଇ ଦେଇଥିବା ଟିପ୍ପଣୀରେ ବିବାଦକୁ ଆସିଥିବା ବାବାଙ୍କ ତାଲିକାରେ ଏବେ ବାଗେଶ୍ବର ବାବା ଧୀରେନ୍ଦ୍ର ଶାସ୍ତ୍ରୀ ମଧ୍ୟ ଯୋଡ଼ି ହୋଇ ଯାଇଛନ୍ତି । କିନ୍ତୁ ସେ କୌଣସି ଟିପ୍ପଣୀକୁ ନେଇ ନୁହେଁ ବରଂ ତାଙ୍କ ବିରୋଧରେ ‘ମହିଳା ତସ୍କର’ କରାଯାଉଥିବାର ଅଭିଯୋଗ ଲାଗିଛି ।

Bageswar Baba

Bageswar Baba Photograph: (KanakNews)

କନକ ବ୍ୟୁରୋ : ପ୍ରଥମେ ଅନିରୁଦ୍ଧାଚାର୍ଯ୍ୟ,ପରେ ପ୍ରେମାନନ୍ଦ ମହାରାଜ ଆଉ ଏବେ ବାଗେଶ୍ବର ବାବା । ବିବାଦ ଘେରକୁ ଟାଣି ହୋଇ ଆସୁଛନ୍ତି ବାବା । ମହିଳାଙ୍କୁ ନେଇ ଦେଇଥିବା ଟିପ୍ପଣୀରେ ବିବାଦକୁ ଆସିଥିବା ବାବାଙ୍କ ତାଲିକାରେ ଏବେ ବାଗେଶ୍ବର ବାବା ଧୀରେନ୍ଦ୍ର ଶାସ୍ତ୍ରୀ ମଧ୍ୟ ଯୋଡ଼ି ହୋଇ ଯାଇଛନ୍ତି । କିନ୍ତୁ ସେ କୌଣସି ଟିପ୍ପଣୀକୁ ନେଇ ନୁହେଁ ବରଂ ତାଙ୍କ ବିରୋଧରେ ‘ମହିଳା ତସ୍କର’ କରାଯାଉଥିବାର ଅଭିଯୋଗ ଲାଗିଛି । ଲକ୍ଷ୍ନୌ ବିଶ୍ବବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରଫେସର ଡାକ୍ତର ରବିକାନ୍ତ ଚନ୍ଦନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ମହିଳା ତସ୍କରୀ ଭଳି ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଖାଲି ଅଭିଯୋଗ ଲଗାଇନାହାନ୍ତି ବାଗେଶ୍ବର ବାବାଙ୍କୁ ଫାଶୀ ହେବା କଥା ବୋଲି ମଧ୍ୟ ସେ କହିଛନ୍ତି । 

dhirendrashastri
dhirendrashastri Photograph: (google)

ସେ ତାଙ୍କ ପୋଷ୍ଟରେ ଗୋଟିଏ ଭିଡିଓ ସେୟାର୍ କରିଛନ୍ତି ଯାହା ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ବୋଲି କୁହାଯାଇଛି । ଭିଡିଓରେ ଗୋଟିଏ ଆମ୍ବୁଲାନ୍ସରେ ୧୨ ରୁ ୧୫ ଜଣ ମହିଳା ଏବଂ ପୁରୁଷଙ୍କୁ ଜୋରଜବରଦସ୍ତ କେଉଁଠାକୁ ନିଆଯାଉଥିବାର ଦେଖାଯାଉଛି । ସୂଚନା ପାଇ ଯେତେବେଳେ ପୁଲିସ ଉକ୍ତ ଆମ୍ବୁଲାନ୍ସକୁ ଅଟକାଉଛି ସେଥିରୁ ଯୁବତୀମାନେ କାନ୍ଦି କାନ୍ଦି ବାହାରକୁ ଆସୁଛନ୍ତି । ମହିଳା ସିଧାସଳଖ ବାଗେଶ୍ବର ବାବାଙ୍କ ସେବକ ମାନଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇ କହିଛନ୍ତି ଯେ ବାବାଙ୍କ ଧାମକୁ ଅସୁବିଧା ଶୁଣାଇବାକୁ ସେମାନେ ଆସିଥିଲେ କିନ୍ତୁ ତାଙ୍କ ସହ ସେବକମାନେ ମାରପିଟ୍ କଲେ ଏବଂ ଜୋରଜବରଦସ୍ତ ଆମ୍ବୁଲାନ୍ସରେ ବସାଇ କେଉଁ ଆଡ଼େ ନେଇଯିବାକୁ ଚେଷ୍ଟା କରୁଥିଲେ । ତେବେ ଏହାକୁ ନେଇ ସେବାଦାର କହିଥିଲେ ଯେ ଆମ୍ବୁଲାନ୍ସରେ ବସିଥିବା ମହିଳା ଆଶ୍ରମରେ ଚୋରି କରୁଥିଲେ ତେଣୁ ତାଙ୍କୁ ସେଠାରେ ନିଆଯାଉଥିଲା । ଏହି ଘଟଣାର ଭିଡ଼ିଓ ସେୟାର୍ କରି ଅଭିଯୋଗ ଆଣିଥିଲେ ପ୍ରଫେସର ରବିକାନ୍ତ ଚନ୍ଦନ । ତେବେ ବର୍ତ୍ତମାନ ପ୍ରଫେସରଙ୍କ ବିରୋଧରେ ଛତ୍ରପୁରର ବମିଠା ଥାନାରେ ମାମଲା ରୁଜୁ ହୋଇଛି । ବାଗେଶ୍ବର ଧାମ ସମିତିର ସଦସ୍ୟ ଧୀରେନ୍ଦ୍ର କୁମାର ଗୌର ଥାନାରେ ଅଭିଯୋଗ ଦେଇଛନ୍ତି । 

ତେବେ ଏହା ଉପରେ ମୁହଁ ଖୋଲିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ । ନିଜ ଉପରେ ଲଗାଯାଇଥିବା ଅଭିଯୋଗକୁ  ଭିତ୍ତିହୀନ କହିବା ସହ ଷଡ଼ଯନ୍ତ୍ର କରାଯାଇ ତାଙ୍କୁ ଫସାଯାଉଥିବାର କହିଛନ୍ତି ବାଗେଶ୍ବର ବାବା । ସେ କହିଛନ୍ତି ଆମେ ହିନ୍ଦୁ , ହିନ୍ଦୁତ୍ବ ଏବଂ ହିନ୍ଦୁସ୍ତାନର ସେବା କରୁଛୁ ଯାହା କିଛି ଲୋକଙ୍କୁ ହଜମ ହେଉନାହିଁ । ଆମ ଉପରେ ଏମିତି ଅନେକ ଅଭିଯୋଗ ଲାଗୁଛି କିନ୍ତୁ ଆମେ ମଧ୍ୟ ପଛଘୁଞ୍ଚା ଦେବା ଲୋକ ନୁହେଁ । ଯେତେ ପର୍ଯ୍ୟନ୍ତ ଆମ ଶରୀରରେ ପ୍ରାଣ ଅଛି ସନାତନ ପରମ୍ପରା ବଞ୍ଚାଇବା ପାଇଁ କିଛି ବି କରିବୁ । ଏ ତ ଆରମ୍ଭ ମାତ୍ର ଆଗକୁ ଆହୁରି କେତେ ଲୋକ କେତେ କଥା କହିବେ କିନ୍ତୁ ଆମେ ଆମ କାମ କରିବୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe