ସିଙ୍ଗାପୁରରେ ରୋଡ ସୋ ପରେ ଓଡିଶା ଫେରିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । କହିଲେ ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟିର ନିବେଶ ପାଇଁ ହୋଇଛି ଯୋଜନା

Advertisment

ମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଓଡିଶାରେ ପୁଞ୍ଜି ନିବେଶ ପାଇଁ ଯୋଜନା କରାଯାଇଛି। ବିଭିନ୍ନ ପର୍ଯ୍ୟାୟରେ ପୁଞ୍ଜିନିବେଶକାରୀ କମ୍ପାନୀଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା ହୋଇଛି । ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ପେଟ୍ରୋଲିୟମ ସେକ୍ଟରର ବିଭିନ୍ନ ପ୍ରକଳ୍ପ ଓଡିଶାରେ ସ୍ଥାପନ ଦିଗରେ ଆଲୋଚନା କରାଯାଇଛି ।

\ò\iò\ò\þ

କନକ ବ୍ୟୁରୋ : ସିଙ୍ଗାପୁରରେ ରୋଡ଼ ସୋ’ ପରେ ଓଡିଶା ଫେରିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ସିଙ୍ଗାପୁର ଗସ୍ତ ସଫଳ ହୋଇଛି ଓ ଅନେକ କମ୍ପାନୀ ଉତ୍କର୍ଷ ଓଡିଶା ମେକ ଇନ ଓଡିଶା କନକ୍ଳେଭରେ ଯୋଗ ଦେବା ପାଇଁ ଓଡିଶା ଆସିବାକୁ ଆଗ୍ରହ ଦେଖାଇଥିବା କହିଛନ୍ତି ଶିଳ୍ପମନ୍ତ୍ରୀ । ଏହା ସହ ମନ୍ତ୍ରୀ କହିଛନ୍ତି, ଆଗାମୀ ୫ ବର୍ଷରେ ୫ ଲକ୍ଷ କୋଟି ଓଡିଶାରେ ପୁଞ୍ଜି ନିବେଶ ପାଇଁ ଯୋଜନା କରାଯାଇଛି। ବିଭିନ୍ନ ପର୍ଯ୍ୟାୟରେ ପୁଞ୍ଜିନିବେଶକାରୀ କମ୍ପାନୀଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା ହୋଇଛି । ସିଙ୍ଗାପୁରର ଉପ ପ୍ରଧାନମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ପେଟ୍ରୋଲିୟମ ସେକ୍ଟରର ବିଭିନ୍ନ ପ୍ରକଳ୍ପ ଓଡିଶାରେ ସ୍ଥାପନ ଦିଗରେ ଆଲୋଚନା କରାଯାଇଛି । ଟେକ୍ସଟାଇଲ, କଣ୍ଟେନର ମ୍ୟାନୁ ଫେକଚରିଂ, ରିନୁଏବୁଲ ଏନର୍ଜି, ଗ୍ରୀନ ଏମୋନିଆର ଶିଳ୍ପପତିଙ୍କ ସହ ଆଲୋଚନା ହୋଇଛି । ଓଡିଶାର ଭିତ୍ତିଭୂମି ନେଇ ସେମାନଙ୍କୁ ଅବଗତ କରିବା ସହ ସବୁ ସହାୟତା ଯୋଗାଇ ଦେବାକୁ କୁହାଯାଇଛି । ସିଙ୍ଗାପୁରର ସେମିକଣ୍ଡକ୍ଟର କମ୍ପାନୀ ବୁଲିଛୁ। ଆଇଟିଇଏସରେ ଓଡ଼ିଆ ଯୁବକ କିପରି ଅଧିକ ରୋଜଗାର ପାଇବେ ସେ ଦିଗରେ ଆଲୋଚନା ହୋଇଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe