କନକ ବ୍ୟୁରୋ : ମନ୍ତ୍ରୀଙ୍କ ମୁହଁରେ ମହାଭାରତ ଓ ସିଂଘମ ଡାଇଲାଗ । ଯୋଗାଣ ସହାୟକ ବୈଠକରେ ସହାୟକ ମାନଙ୍କୁ ସିଙ୍ଘମ ଫିଲ୍ମ ଡାଇଲଗ ଶୁଣାଇ ଉପଦେଶ ଦେଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କହିଛନ୍ତି ସିଂଘମ ଫିଲ୍ମରେ ଡାଇଲଗ ଅଛି ଅଗର ପୋଲିସ ଚାହେଗା ତୋ ମନ୍ଦିର କେ ସାମ୍ନାସେ ଏକ ଚପଲ ଭି ଚୋରି ନେହିଁ ହୋ ସକ୍ତା । ସେହିଭଳି ଅଗର ଆପ ଚାହେଁଙ୍ଗେ ତୋ ମଣ୍ଡିମେ ଭ୍ରଷ୍ଟାଚାର ନେହିଁ ହୋ ସକ୍ତା ।
ଏହାସହ ମହାଭାରତ ଭୀଷ୍ମ ଶରଶଯ୍ୟା କାହାଣୀ ଶୁଣାଇ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ । ଶରଶଯ୍ୟାରେ ଭୀଷ୍ମ ଶ୍ରୀ କୃଷ୍ଣଙ୍କୁ ପଚାରିଲେ ମୋର ଏ ଦଶା କାହିଁକି ? କୃଷ୍ଣ ତାଙ୍କୁ କହିଥିଲେ ଆପଣ ଯଦିଓ କିଛି କରି ନଥିଲେ କିନ୍ତୁ ଦ୍ରୌପଦୀ ବସ୍ତ୍ର ହରଣ ବେଳେ ଆପଣ ଦେଖିଥିଲେ ସେଥିପାଇଁ ଶାସ୍ତି ଭୋଗୁଛନ୍ତି ।
ତେଣୁ ଅନ୍ୟାୟ କରୁଥିବା ଲୋକ ଏବଂ ଅନ୍ୟାୟକୁ ପ୍ରଶୟ ଦେଉଥିବା ଏବଂ ଦେଖିଥିବା ଲୋକ ଉପରେ ବି କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ମନ୍ତ୍ରୀ ।ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା କିନ୍ତୁ ମୁଁ ଶପଥ ନେଇଛି ଏହି ବିଭାଗକୁ ସ୍ଵଛ କରିବି । ଏଣୁ ଧାନ କିଣା ବେଳେ ସହାୟକ ମାନଙ୍କୁ ସ୍ୱଚ୍ଛତା ରଖିବାକୁ ପରାମର୍ଶ ଦେଲେ ମନ୍ତ୍ରୀ ।