କନକ ବ୍ୟୁରୋ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଉଷ୍ମ ମାହୋଲ । ବୟାନବାଜୀ ଭିତରେ ଏବେ ଜେଏମଏମ ଉପରେ ବଡ ଅଭିଯୋଗ ଆଣିଛି ବିଜେପି । ହେମନ୍ତ ସରକାର ଭୋଟବ୍ୟାଙ୍କ ରାଜନୀତି ପାଇଁ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଥିବା ଗତକାଲି ଅମିତ ଶାହା ନିର୍ବାଚନୀ ରାଲିରେ କହିଥିବାବେଳେ ଜବାବ ରଖିଛି ଦଳ
ଝାଡଖଣ୍ଡ ରାଜନୀତିରେ ଶରଣାର୍ଥୀଙ୍କ ପ୍ରସଙ୍ଗ
ଜେଏମଏମ ଉପରେ ବିଜେପିର ଅଭିଯୋଗ
ଶରଣାର୍ଥୀଙ୍କଠୁ ଲାଭ ପାଉଛନ୍ତି ହେମନ୍ତ ସରକାର
ଝାଡଖଣ୍ଡରେ ଭୋଟକୁ ନେଇ ଟଣାଓଟରା । ମୁସଲିମ ଭୋଟ ଭାଗବଂଟାକୁ ନେଇ ପୂର୍ବରୁ ଦଳମାନଙ୍କ ଭିତରେ ବୟାନବାଜି ଜାରି ରହିଥିବାବେଳେ ଏବେ ବିଜେପିର ଫୋକସରେ ଶରଣାର୍ଥୀ । ନିର୍ବାଚନୀ ଇସ୍ତାହାର ଜାରି କରି ରବିବାର ଗୃହମନ୍ତ୍ରୀ ଅମିତ ଶାହା ଜେଏମଏମକୁ ଟାର୍ଗେଟ କରିଥିଲେ । ଭୋଟବ୍ୟାଙ୍କ ରାଜନୀତି କରି ହେମନ୍ତ ସୋରେନ ସରକାର ରାଜ୍ୟରେ ଶରଣାର୍ଥୀଙ୍କୁ ଶରଣ ଦେଉଥିବା ଶାହ ଅଭିଯୋଗ କରିଥିଲେ ।
ଭୋଟ ବ୍ୟାଙ୍କ ପାଇଁ ବାଂଲାଦେଶୀ ଶରଣାର୍ଥୀଙ୍କୁ ସଂରକ୍ଷଣ ଦେଉଛି ଜେଏମଏମ
ରାଜ୍ୟରେ ଆଦିବାସୀ ଜନତାଙ୍କ ସଂଖ୍ୟାହ୍ରାସ ପଛର କାରଣ ଜେଏମଏମ
ବାଂଲାଦେଶୀ ଶରଣାର୍ଥୀଙ୍କୁ ଭୋଟ ଉପରେ ଦଳର ନଜର
ବୟାନକୁ ନେଇ ଜବାବ ଦେଇଛି ଜେଏମଏମ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶାହାଙ୍କୁ ତେରଛାବାଣ ମାରିଛନ୍ତି । ବିଜେପିକୁ ଜେଏମଏମ ମୁଖ୍ୟ ପ୍ରଶ୍ନ କରିଛନ୍ତି ।
ସୀମାରେ ଶରଣାର୍ଥୀଙ୍କୁ କେମିତି ଅନୁପ୍ରବେଶ କରୁଛନ୍ତି?
କାହିଁକି ସରକାର ଏହା ଉପରେ ନଜର ରଖୁନାହାଁନ୍ତି?
ବାଂଲାଦେଶୀ ଶରଣାର୍ଥୀଙ୍କ ତଥ୍ୟ ସରକାରଙ୍କ ପାଖରେ ଅଛି
ସରକାର ଯଦି ଶରଣାର୍ଥୀ ବିରୋଧୀ ତେବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କାହିଁକ ଶରଣ ଦେଇଛନ୍ତି?
ଭାରତରେ ଉତ୍ପାଦନ ବିଜୁଳି କାହିଁକି ବାଂଲାଦେଶକୁ ଦିଆଯାଉଛି?
ଅନୁପ୍ରବେଶକାରୀଙ୍କୁ ରୋକିବା କେନ୍ଦ୍ର ସରକାରଙ୍କ କାମ, ରାଜ୍ୟ ସରକାରଙ୍କ ନୁହେଁ
ଦୁଇଟି ପର୍ଯ୍ୟାୟରେ ପଡିବ ଝାଡଖଣ୍ଡରେ ଭୋଟ । ଏଥରକ କାହା ହାତକୁ ଆସିବ ଶାସନ ଡୋରି ସେକଥା ନିର୍ବାଚନୀ ଫଳାଫଳରୁ ଜଣାପଡିବ । ଏହା ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳଗୁଡିକ ମାଳ ମାଳ ପ୍ରତିଶ୍ରୁତି ଦେବା ସହ ଜୋରଦାର ହୋଇଛି ବୟାନବାଜୀ । ବିଜେପି ରୁଟି,ମାଟି ଓ ମାକୁ ପ୍ରମୁଖ ପ୍ରସଙ୍ଗ କରିଥିବାବେଳେ ଜେଏମଏ ଆଦିବାସୀ ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିଛି । ତେବେ ବିଜେପି ଜେଏମଏମକୁ ଅଡୁଆ ପକାଇବାକୁ ଯେଉଁ ଶରଣାର୍ଥୀ ପ୍ରସଙ୍ଗ ଉଠାଇଛି ତା ଆଗକୁ କ୍ଲିକ କରିବ ନା ଫେଲ ମାରିବ ସେକଥା ନିର୍ବାଚନୀ ଫଳାଫଳ କହିବ ।