କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ । ପାଣିରେ ବୁଡ଼ି ଚାଲିଗଲା ୬ ଶିଶୁଙ୍କ ଜୀବନ । ବସ୍ତା ଥାନା ପଣିଶାପଡା ଗାଁରେ ୨ଜଣ ଶିଶୁକନ୍ୟା ଘର ପାଖ ପୋଖରୀରେ ଖେଳୁଥିବା ବେଳେ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି । ଯାହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସେହିପରି ବାଲେଶ୍ୱର ମାଖନପୁର ଗ୍ରାମପଞ୍ଚାୟତର ସାଉଣ୍ଡିଆ ଗାଁରେ ପାଣିରେ ବୁଡ଼ି ୩ ବର୍ଷିୟ ଶିଶୁପୁତ୍ରର ମୃତ୍ୟୁ ହୋଇଛି । ପୋଖରୀକୁ ଡ଼ଙ୍ଗା ଆଣିବାକୁ ଯାଇଥିବା ବେଳେ ପିଲାଟି ବୁଡ଼ିଯାଇଥିଲା । ଗ୍ରାମବାସୀ ମାନେ ଖୋଜାଖୋଜି ପରେ ପୋଖରୀରୁ ପିଲାଟିକୁ ଉଦ୍ଧାର କରାଯାଇଥିଲା ।
ସେହିପରି କଟକ ସାଲେପୁର କରମୁଆଁ ଗାଁରେ ଡଙ୍ଗା ଭସାଇବାକୁ ଯାଇ ପୋଖରୀରେ ବୁଡ଼ି ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ଗାଁ ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଇବାକୁ ଯାଇ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ସକାଳୁ ଡଙ୍ଗା ଭସାଇବାକୁ ଆସି ଘରକୁ ଫେରିନଥିଲା ଶିଶୁ ପୁତ୍ର । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଗାଁ ନିକଟ ପୋଖରୀରୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ।
ସେହିପରି ମାଲକାନଗିରି ଚମ୍ପାନଗର ଗାଁରେ ପୋଖରୀରେ ବୁଡ଼ିଯାଇ ୧୨ ବର୍ଷର ନାବାଳିକାର ମୃତ୍ୟୁ ହୋଇଛି । ଡଙ୍ଗାରେ ଥିବା ପଇସା ଆଣିବା ବେଳେ ବୁଡ଼ି ଯାଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।