ଯୋଗାଣ ମନ୍ତ୍ରୀଙ୍କ ଗାଡ଼ି ଦୁର୍ଘଟଣା ; ଆଠଗଡ଼ରୁ ଭୁବନେଶ୍ୱର ଫେରିବାବେଳେ ଦୁର୍ଘଟଣା

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ । ଆଠଗଡ଼ରୁ ଭୁବନେଶ୍ୱର ଫେରିବାବେଳେ ବାରଙ୍ଗ ଥାନା ଷଣ୍ଢପୁର ନିକଟରେ ଦୁର୍ଘଟଣା । ସୁରକ୍ଷିତ ଭାବେ ଭୁବନେଶ୍ୱର ଫେରିଲେ ମନ୍ତ୍ରୀ ।

କୃଷ୍ଣ ପାତ୍ର

କୃଷ୍ଣ ପାତ୍ର Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି, ହେଲେ ଅଳ୍ପକେ ବର୍ତ୍ତିଛନ୍ତି ମନ୍ତ୍ରୀ । କଟକ ବାରଙ୍ଗ ଥାନା ଷଣ୍ଢପୁର ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଯୋଗାଣ ମନ୍ତ୍ରୀ । ଆଠଗଡ଼ରୁ ଭୁବନେଶ୍ୱର ଫେରିବା ବେଳେ ଗାଡ଼ି ଦୁର୍ଘଟଣା ହୋଇଛି । ଗାଡ଼ି ଠିଆ ହୋଇଥିବା ସମୟରେ ଆଉ ଏକ ଗାଡ଼ି ଆସି ଧକ୍କା ଦେଇଥିଲା ।  ଅନୁଗୁଳ କାର୍ଯ୍ୟକ୍ରମ ବାତିଲ ହେବା ପରେ ଅଧାବାଟରୁ ଭୁବନେଶ୍ୱର ଫେରୁଥିଲେ ମନ୍ତ୍ରୀ । ତେବେ ଦୁର୍ଘଟଣାରେ ମନ୍ତ୍ରୀ ସୁରକ୍ଷିତ ଭାବେ ଭୁବନେଶ୍ୱର ଫେରିଥିବା ଜଣାପଡ଼ିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe