କନକ ବ୍ୟୁରୋ : ଯାଜପୁର କଳିଙ୍ଗନଗର ଥାନା ନଡିଆଭଙ୍ଗା ପଞ୍ଚାୟତରେ ଅଘଟଣ । ମାଟି ଅତଡ଼ା ଧସି ଶିଶୁ କନ୍ୟା ମୃତ ଓ ବାପା ଗୁରୁତର । ରେଙ୍ଗାଲି ବାମ ପାର୍ଶ୍ବ କେନାଲ କାର୍ୟ୍ୟ ଚାଲୁଥିବା ସମୟରେ ଏଭଳି ଅଘଟଣ ଘଟିଥବା ଜଣାପଡିଛି । ମୃତ ଶିଶୁ ସ୍ଥାନୀୟ ଅଞ୍ଚଳର ଈଶ୍ୱର ମୁଣ୍ଡାଙ୍କ ୮ବର୍ଷୀୟ ଝିଅ ଗୀତା ମୁଣ୍ଡା ବୋଲି ଜଣାପଡିଛି । ଇଶ୍ବର ଓ ଝିଅ ଗୀତା ସକାଳୁ କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ ମାଟି ଅତଡ଼ା ଧସିଥିଲା । ବାପ-ଝିଅ ମାଟି ତଳେ ଚାପି ହୋଇ ରହିଥିବା ବେଳେ ଦମକଳ ବାହିନୀ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଘଟଣା ସ୍ଥଳରେ ହିଁ ଶିଶୁ କନ୍ୟାଟିର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ବାପା ଇଶ୍ବର ମୁଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କେନାଲ କାମ କରୁଥିବା ଘରୋଇ କମ୍ପାନୀର ମନମୁଖୀ କାର୍ୟ୍ୟ ଯୋଗୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି ।