ଧର୍ମଗଡ ଦେଶୀ ମଦଭାଟିରେ ଡକାୟତି ଘଟଣା । ୮ ଡକାୟତ ଗିରଫ, ୩ କୋଟିରୁ ଅଧିକ ଟଙ୍କା ଜବତ

Advertisment

ମଦଭାଟି କର୍ମଚାରୀଙ୍କୁ ବନ୍ଧୁକ, ଖଣ୍ଡା ଦେଖାଇ ଭୟଭୀତ କରି ଲୁଟି ନେଇଥିଲେ ୩କୋଟିରୁ ଅଧିକ ଟଙ୍କା। ଭାଟି ଲୁଟି ଏକ ବୋଲେରୋରେ ଆଖି ପିଛୁଳାକେ ଗାଏବ୍‌ ହୋଇଯାଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା। ଘଟଣାର ୨୪ ଘଣ୍ଟା ଭିତରେ ଲୁଟରେ ସଂପୃକ୍ତ ୮ ଅଭିଯୁକ୍ତଙ୍କୁ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ବାନ୍ଧିଛି ପୋଲିସ। 

ମଦଭାଟି କର୍ମଚାରୀଙ୍କୁ ବନ୍ଧୁକ, ଖଣ୍ଡା ଦେଖାଇ ଭୟଭୀତ କରି ଲୁଟି ନେଇଥିଲେ ୩କୋଟିରୁ ଅଧିକ ଟଙ୍କା। ଭାଟି ଲୁଟି ଏକ ବୋଲେରୋରେ ଆଖି ପିଛୁଳାକେ ଗାଏବ୍‌ ହୋଇଯାଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା। ଘଟଣାର ୨୪ ଘଣ୍ଟା ଭିତରେ ଲୁଟରେ ସଂପୃକ୍ତ ୮ ଅଭିଯୁକ୍ତଙ୍କୁ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ବାନ୍ଧିଛି ପୋଲିସ। 

10ghthch

10ghthch Photograph: (10ghthch)

କନକ ବ୍ୟୁରୋ : ଧର୍ମଗଡ଼ ଅଞ୍ଚଳରେ ଥିବା ଏକ ମଦ ଭାଟିରେ ବିଳମ୍ୱିତ ରାତିରେ ପଶି ଆସିଥିଲେ ୮ଦୁର୍ଦ୍ଦାନ୍ତ ଡକାୟତ। ମଦଭାଟି କର୍ମଚାରୀଙ୍କୁ ବନ୍ଧୁକ, ଖଣ୍ଡା ଦେଖାଇ ଭୟଭୀତ କରି ଲୁଟି ନେଇଥିଲେ ୩କୋଟିରୁ ଅଧିକ ଟଙ୍କା। ଭାଟି ଲୁଟି ଏକ ବୋଲେରୋରେ ଆଖି ପିଛୁଳାକେ ଗାଏବ୍‌ ହୋଇଯାଇଥିଲେ। ଏନେଇ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଆକ୍ସନ ମୋଡକୁ ଆସିଥିଲା। ଘଟଣାର ୨୪ ଘଣ୍ଟା ଭିତରେ ଲୁଟରେ ସଂପୃକ୍ତ ୮ ଅଭିଯୁକ୍ତଙ୍କୁ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ବାନ୍ଧିଛି ପୋଲିସ। 

ଭାଟିରୁ ଲୁଟ୍ କରି ଡକାୟତ ଚମ୍ପଟ ମାରିବା ପରେ ଥାନାକୁ ଜଣାଇଥିଲେ ଭାଟି କର୍ମଚାରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୁଟ ପରେ 
ଫେରାର ହେବାକୁ ୨ ଦୁର୍ବୃତ୍ତ ରାସ୍ତାରେ ଥିଲେ  
ଭୁଲବଶତଃ ପୋଲିସ ଗାଡ଼ିକୁ ଲିଫ୍ଟ ମାଗିଥିଲେ
ହିନ୍ଦି କଥା ଶୁଣି ସନ୍ଦେହରେ ଉଠାଇ ଆଣିଥିଲା ପୋଲିସ 
ଭାଟି କର୍ମଚାରୀ ୨ ଲୁଟେରାଙ୍କୁ ଚିହ୍ନଟ କରିବା ପରେ ଖୋଲିଲା ଡକାୟତଙ୍କ ଗୁମର
ଜେରା ବେଳେ ବାକି ୬ ଜଣ ଲୁଟେରା ଓ ଲୁଟ ଟଙ୍କା ବିଷୟରେ ସେହି ଦୁଇ ଜଣ ହିଁ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ 
ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା କଳାହାଣ୍ଡି ପୋଲିସ 
ଓଡ଼ିଶା ପୋଲିସ ସହ ଅପରେସନରେ ସାମିଲ ହୋଇଥିଲା ଝାଡ଼ଖଣ୍ଡ ପୋଲିସ
ଓଡ଼ିଶା ଓ ଝାଡ଼ଖଣ୍ଡର ୧୧ଟି ଜିଲ୍ଲାର ପୋଲିସ କରିଥିଲେ ମିଳିତି ଚଢ଼ାଉ 
ଘଞ୍ଚ ଜଙ୍ଗଲରୁ ମିଳିଥିଲା ଭାଟିରୁ ଲୁଟ ହୋଇଥିବା ଟଙ୍କା 
ଝାଡ଼ଖଣ୍ଡରୁ ବାକି ୬ ଡକାୟତଙ୍କୁ ବାନ୍ଧିଲା ଓଡ଼ିଶା ପୋଲିସ
ବାଇଟ- ୱାଇ. ବି ଖୁରାନିଆ, ପୋଲିସ ଡିଜି
 ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡର ହୋଇଥିବା ବେଳେ ତାଙ୍କ ନାମରେ ଝାଡଖଣ୍ଡର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe