କନକ ବ୍ୟୁରୋ: ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇପାରନ୍ତି ରାଜ୍ୟପାଳ ରଘୁବର ଦାସ । ଗତ କିଛି ଦିନ ଧରି ଏହି ଚର୍ଚ୍ଚା ଚାଲିଛି । ଆଉ ଏବେ ଏହାକୁ ଖୋରାକ ଯୋଗାଇଛି ତେଲକୋଇ ବିଧାୟକଙ୍କ ବୟାନ । ରାଜ୍ୟପାଳ ରଘୁବର ଦାସ ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିବାପରେ ରାଜନୈତିକ ଚିତ୍ରପଟ ପରିବର୍ତ୍ତନ ହେବ ବୋଲି ଆଲୋଚନା କରାଯାଉଛି ।
ସେପ୍ଟେମ୍ବର ୨୭ରେ ଯେତେବେଳେ ଆସାମ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ନିର୍ବାଚନ ପ୍ରଭାରୀ ହିମନ୍ତ ବିଶ୍ୱଶର୍ମା ରାଜଭବନରେ ରଘୁବର ଦାସଙ୍କୁ ଭେଟିଲେ, ଏହା ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଲା । ରଘୁବର ଦାସ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇପାରନ୍ତି ଏବଂ ଝାଡଖଣ୍ଡ ନିର୍ବାଚନରେ ଗୁରୁ ଦାୟିତ୍ବ ନେଇପାରନ୍ତି । ଝାଡଖଣ୍ଡରେ ଏକାଧିକଥର ବିଧାୟକ ହୋଇ ମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରଘୁବର ଦାସ। ଏହାବାଦ
ରଘୁବର ଦାସ ଝାଡ଼ଖଣ୍ଡରେ ବିଜେପିର ପ୍ରମୁଖ ଓବିସି ଚେହେରା
ଆଦିବାସୀ ବହୁଳ ଝାଡ଼ଖଣ୍ଡରେ ୨୫ରୁ ୨୭ ପ୍ରତିଶତ ଓବିସି ବର୍ଗର
ତେଣୁ ବିଜେପି ତାଙ୍କୁ ଏହି ବର୍ଗର ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା
ରାଜ୍ୟପାଳ ରଘୁବର ଦାସ ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିବାପରେ ରାଜନୈତିକ ଚିତ୍ରପଟ ପରିବର୍ତ୍ତନ ହେବ ବୋଲି ଆଲୋଚନା କରାଯାଉଛି । ରାଜଭବନ ଛାଡି ପୁଣିଥରେ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇବେ କି ରଘୁବର ଦାସ। ତେବେ ଏହି ଚର୍ଚ୍ଚା ଭିତରେ ଝାଡଖଣ୍ଡ ଦାୟିତ୍ବରେଥିବା ଓଡିଶା ବିଧାୟକ ବଡ ବୟାନ ରଖି କହିଛନ୍ତି, ଆଶା ଅଛି ରଘୁବର ଦାସ ଝାଡଖଣ୍ଡ ନିର୍ବାଚନ ଲଢିପାରନ୍ତି ।
ଝାଡଖଣ୍ଡ ନିର୍ବାଚନକୁ ଫୋକସରେ ରଖିଛନ୍ତି କେନ୍ଦ୍ରୀୟ ବିଜେପି ନେତା। ପୁଣିଥରେ ରାଜ୍ୟରେ ବିଜେପି ସରକାର ଆଣିବା ଲାଗି କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁ ନାହାନ୍ତି । ତେବେ ରଘୁବର ଦାସ ନିଜେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ନା ତାଙ୍କ ପରିବାରରୁ ଜଣେ ନିର୍ବାଚନ ଲଢିବେ ତା ଉପରେ ଏବେ ନଜର ରହିଛି।
Follow Us