ବଲାଙ୍ଗୀର ହରିଶଙ୍କରରେ ରୂପାନ୍ତରିକରଣ ଆଳରେ କଟା ଗଲା ବଡ଼ବଡ଼ ଗଛ: ସବୁଜ ବଳୟ ଭିତରରେ ନିମ୍ନମାନର ନିର୍ମାଣ ଅଭିଯୋଗ

Advertisment

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ହରିଶଙ୍କର। ସାରା ରାଜ୍ୟରେ ରହିଛି ସ୍ୱତନ୍ତ୍ର ପରିଚୟ। ପ୍ରକୃତିର ଭରପୁର ସମ୍ଭାର। ପାହାଡ, ଝରଣା ପର୍ଯ୍ୟଟକଙ୍କୁ ଖୁବ୍ ଆନନ୍ଦ ଦିଏ। ବର୍ଷ ତମାମ୍ ଏଠି ଦେଖଣାହାରୀଙ୍କ ଭିଡ଼ ଲାଗେ। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଦୁଃଖ ଲାଗେ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ହରିଶଙ୍କର। ସାରା ରାଜ୍ୟରେ ରହିଛି ସ୍ୱତନ୍ତ୍ର ପରିଚୟ। ପ୍ରକୃତିର ଭରପୁର ସମ୍ଭାର। ପାହାଡ, ଝରଣା ପର୍ଯ୍ୟଟକଙ୍କୁ ଖୁବ୍ ଆନନ୍ଦ ଦିଏ। ବର୍ଷ ତମାମ୍ ଏଠି ଦେଖଣାହାରୀଙ୍କ ଭିଡ଼ ଲାଗେ। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଦୁଃଖ ଲାଗେ।

wdw

କନକ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ହରିଶଙ୍କର। ସାରା ରାଜ୍ୟରେ ରହିଛି ସ୍ୱତନ୍ତ୍ର ପରିଚୟ। ପ୍ରକୃତିର ଭରପୁର ସମ୍ଭାର। ପାହାଡ, ଝରଣା ପର୍ଯ୍ୟଟକଙ୍କୁ ଖୁବ୍ ଆନନ୍ଦ ଦିଏ। ବର୍ଷ ତମାମ୍ ଏଠି ଦେଖଣାହାରୀଙ୍କ ଭିଡ଼ ଲାଗେ। ହେଲେ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଦୁଃଖ ଲାଗେ। ନିର୍ବାଚନ ପୂର୍ବରୁ ସୌନ୍ଦର୍ଯ୍ୟକରଣ ଆଳରେ ବିକୃତ କରି ଛାଡି ଦିଆଯାଇଛି। ସବୁଜ ବଳୟ ଭିତରେ ୨୦ କୋଟି ବ୍ୟୟରେ ସୃଷ୍ଟି ହୋଇଛି ଯେମିତି କଂକ୍ରିଟ ଜଙ୍ଗଲ।

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭିତରେ ହରିଶଙ୍କରଙ୍କ ଦର୍ଶନ ପାଇଁ, ବର୍ଷ ତମାମ ଲୋକଙ୍କ ଭିଡ଼ ଲାଗେ। ଚାରିପଟେ ବିରାଟ ବିରାଟ ଗଛ, ମଝିରେ ଶୀତଳ ଝରଣା, ସମସ୍ତଙ୍କୁ ଆତ୍ମତୃପ୍ତି ଦିଏ। ହରି ଶଙ୍କର ଦର୍ଶନ କରି ପାଖରେ ବହିଯାଉଥିବା ଝରଣାରେ ମନଭରି ଗାଧାନ୍ତି ପର୍ଯ୍ୟଟକ। ହେଲେ ଏଇ କିଛି ମାସ ହେବ ଯେମିତି କଂକ୍ରିଟ ଜଙ୍ଗଲ ପାଲଟି ଯାଇଛି। ପୂର୍ବ ସରକାର ସମୟରୁ ରୂପାନ୍ତରିକରଣ କାମ ଚାଲିଛି। କୋଟି କୋଟି ଖର୍ଚ୍ଚରେ ଜଙ୍ଗଲ କାଟି କୋଠା ତିଆରି ହୋଇଛି। ଯାହା ଅତି ନିମ୍ନମାନର ଓ ଲୋକଙ୍କ କାମରେ ଆସୁନଥିବା ଅଭିଯୋଗ।

ଆରଟିଆଇ ରିପୋର୍ଟରୁ ଜଣାପଡିଛି, ୨୦ କୋଟି ଖର୍ଚ୍ଚରେ ହରିଶଙ୍କର ପୀଠର ଉନ୍ନତିକରଣ ନାଁରେ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ କରାଯାଇଛି। ଠିକାଦାରଙ୍କୁ ସୁହାଇବା ଭଳି କାମ ହୋଇଛି। ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ମହିଳାଙ୍କ ପାଇଁ ଚେଞ୍ଜିଂ ରୁମ କି ଶୌଚାଳୟଟିଏ ହୋଇନାହିଁ। ଯାହା କାମ ହୋଇଛି, ତାହା ଅତି ନିମ୍ନମାନର। କେତେକ ସ୍ଥାନରେ ତଳେ ପକା ଯାଇଥିବା ଟାଇଲ୍ ଭାଙ୍ଗି ଗଲାଣି। ଏନେଇ ଅଭିଯୋଗ କଲେ ମଧ୍ୟ ପଦକ୍ଷେପ ନିଆଯାଇ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସାମାଜିକ କର୍ମୀ।  

ହରିଶଙ୍କରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରାଯାଇଛି। ସରକାରୀ ଅର୍ଥର ଅପଚୟ ହୋଇଛି। ବର୍ତମାନର ସରକାର ଏହାର ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe