ସାମାନ୍ୟ ବଚସାରୁ ସାଙ୍ଗକୁ ମାରିଦେଲା ସାଙ୍ଗ,ସମ୍ୱଲପୁର ରାସନପୁର ବାଙ୍କୀଟିକ୍ରା ଗାଁରେ ଘଟିଛି ହତ୍ୟାକାଣ୍ଡ

Advertisment

ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ । ମୃତକ ଜଣକ ହେଉଛନ୍ତି ସତ୍ୟନାରାୟଣ ପାଣିଗ୍ରାହୀ , ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ହତ୍ୟାକାଣ୍ଡ

ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ । ମୃତକ ଜଣକ ହେଉଛନ୍ତି ସତ୍ୟନାରାୟଣ ପାଣିଗ୍ରାହୀ , ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ହତ୍ୟାକାଣ୍ଡ

00

କନକବ୍ୟୁରୋ: ସଦର ଥାନା ଅନ୍ତର୍ଗତ ରାସନପୁର ବାଙ୍କୀଟିକ୍ରା ଗ୍ରାମରେ ହତ୍ୟାକାଣ୍ଡ। ମୃତକ ଜଣକ ହେଉଛନ୍ତି ସତ୍ୟନାରାୟଣ ପାଣିଗ୍ରାହୀ , ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ହତ୍ୟାକାଣ୍ଡ। ସୂଚନା ଅନୁସାରେ ମୃତ ସତ୍ୟନାରାୟଣ ଓ ୩ ଜଣ ସାଙ୍ଗ ଏକାଠି ବସି ମଦ ପିଉଥିଲେ। 

ତେବେ କୌଣସି କାରଣରୁ ବଚସା ହେବାରୁ ଅଭିଯୁକ୍ତ ଏକ ବାଡି ସାହାଯ୍ୟରେ ମାଡ ମାରି ହତ୍ୟା କରିଥିବା ଜଣାପଡ଼ିଛି । ଏହି ସମୟରେ ଅନ୍ୟ ଦୁଇଜଣ ସାଙ୍ଗ ଛଡାଇବାକୁ ଚେଷ୍ଟା କରିବା ପରେ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରେ ହିଁ ସତ୍ୟ ନାରାୟଣଙ୍କ ମୃତ୍ୟୁ ଘଟିଛି । ସଦର ଥାନା ପୋଲିସ ତଦନ୍ତ କରୁଛି । 

ସେପଟେ ଲିଙ୍ଗରାଜ ଷ୍ଟେସନ ରୋଡ଼ ନିକଟରେ ପଡିଛି ମୃତଦେହ । ବେକରେ ଏକ ରଶି ଲାଗିଥିବା ବେଳେ ମୃତଦେହଟି ଏକ ବିଦ୍ୟୁତ ସବଷ୍ଟେସନ ପାଖରେ ପଡିଥିବା ଦେଖିବାକୁ ମିଳିଛି । ମୃତକଙ୍କ ଜଣଙ୍କ ହେଉଛନ୍ତି ୟୁନିଟ ୮ ର ନବ ନାୟକ । ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଚଳାଇଛି ଏୟାରଫିଲଡ଼ ଥାନା ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe