ଦିନ କେଇଟା ପରେ ମୋହନ ସରକାରଙ୍କୁ ପୂରିବ ବର୍ଷେ, ହେଲେ ନବରଙ୍ଗପୁର ଜିଲ୍ଲାରେ ନିଯୁକ୍ତ ହୋଇପାରିଲାନି ଯୋଜନା ବୋର୍ଡ ଅଧ୍ୟକ୍ଷ

ଉନ୍ନୟନ ମୂଳକ କାମ ଠପ୍‌ ପଡ଼ିଥିବା ବେଳେ ଅନେକ ଗାଁକୁ ରାସ୍ତା ଓ ବିଜୁଳି ସଂଯୋଗ ହୋଇପାରିନି । ଲୋକମାନେ ବିଶୁଦ୍ଧ ପାନୀୟ ଜଳ ନପାଇ ଚୁଆ ପାଣି ପିଉଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧା ରହିଛି । ୨୦୨୪-୨୫ ଆର୍ଥିକ ବର୍ଷ ସରିଯାଇଛି, ଖର୍ଚ୍ଚ ହୋଇନଥିବା ଟଙ୍କା ଫେରିଯିବ ନା ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ ?

òòþKþqZþþòi54^4

କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ରାସ୍ତା, ଶିକ୍ଷା, ବିଜୁଳି, ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର  ଅନୁମୋଦନ ପାଇଁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀ । ଅଧ୍ୟକ୍ଷଙ୍କ ଅନୁମୋଦନ କ୍ରମେ ବ୍ଲକକୁ ଆସିଥିବା ଅନୁଦାନ ଖର୍ଚ୍ଚ ହୋଇଥାଏ । ହେଲେ ବିଡ଼ମ୍ୱନା, ରାଜ୍ୟରେ ସରକାର ଗଠନକୁ ୧୧ ମାସରୁ ଅଧିକ ସମୟ ହେଲାଣି, ଏପର୍ଯ୍ୟନ୍ତ ଡିପିସି ଅଧ୍ୟକ୍ଷ ପଦ ପୂରଣ ହୋଇପାରିନି ।  ଫଳରେ ୨୦୨୪ ଆର୍ଥିକ ବର୍ଷରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକକୁ ଆସିଥିବା ଅନୁଦାନ ଖର୍ଚ୍ଚ ହୋଇପାରିନି । ୧୦ଟି ବ୍ଲକ ପାଇଁ ଜିଲ୍ଲା ଯୋଜନା ବୋର୍ଡ ୫ କୋଟି ଓ ରାଜ୍ୟ ଯୋଜନା ବୋର୍ଡ ୧୦ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି ।

ଉନ୍ନୟନ ମୂଳକ କାମ ଠପ୍‌ ପଡ଼ିଥିବା ବେଳେ ଅନେକ ଗାଁକୁ ରାସ୍ତା ଓ ବିଜୁଳି ସଂଯୋଗ ହୋଇପାରିନି । ଲୋକମାନେ ବିଶୁଦ୍ଧ ପାନୀୟ ଜଳ ନପାଇ ଚୁଆ ପାଣି ପିଉଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଅସୁବିଧା ରହିଛି । ୨୦୨୪-୨୫ ଆର୍ଥିକ ବର୍ଷ ସରିଯାଇଛି, ଖର୍ଚ୍ଚ ହୋଇନଥିବା ଟଙ୍କା ଫେରିଯିବ ନା ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚ ହେବ ?  ତାକୁ ନେଇ ସନ୍ଧେହ ଉପୁଜିଛି । କାରଣ ନୂଆ ଆର୍ଥିକ ବର୍ଷରେ ପୁରୁଣା ବର୍ଷର ୟୁସି ନଦେଲେ ଅନୁଦାନ ଆସିବ ନାହିଁ । ଡିପିସି ଅଧ୍ୟକ୍ଷ ପଦ ପାଇଁ ଅନୁଦାନ ପଡ଼ିରହିବା ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଡାବୁଗାଁ ବିଧାୟକ । 

ସରକାର ଏ ବାବଦ ରେ ଅବଗତ ଥାଇ ମଧ୍ୟ ଡିପିସି ଅଧ୍ୟକ୍ଷ ନିଯୁକ୍ତି ନକରିବା ସାଧାରଣରେ ଅସନ୍ତୋଷର ମଞ୍ଜି ବୁଣିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe