ଦୁର୍ଘଟଣାରେ ଛାରଖାର ଗୋଟିଏ ପରିବାର : ବାପାଙ୍କ ମୃତ୍ୟୁର ୧୪ ଦିନ ପରେ ଚାଲିଗଲା ଦୁଇ ପୁଅଙ୍କ ଜୀବନ

ବାପାଙ୍କ ମୃତ୍ୟୁର ୧୪ ଦିନ ପରେ ଚାଲିଗଲା ପୁଅର ଜୀବନ। କଟକ-ଚାନ୍ଦବାଲି ଗୋପୀନାଥପୁର ଶାସନ ଛକରେ କାର ସହ ମୋଟର ସାଇକେଲ ମଧ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାଇଙ୍କର ମୃତ୍ୟୁ ହୋଇଛି

4

Photograph: (kanaknews)

କନକବ୍ୟୁରୋ : ବାପାଙ୍କ ମୃତ୍ୟୁର ୧୪ ଦିନ ପରେ ଚାଲିଗଲା ପୁଅର ଜୀବନ। କଟକ-ଚାନ୍ଦବାଲି ଗୋପୀନାଥପୁର ଶାସନ ଛକରେ କାର ସହ ମୋଟର ସାଇକେଲ ମଧ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାଇଙ୍କର ମୃତ୍ୟୁ ହୋଇଛି। ସେହିଭଳି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ରାଜକନିକା ଥାନା ଅନ୍ତର୍ଗତ ସିକୁଡି ଗ୍ରାମର ହୋଇଥିବା ବେଳେ ମୃତ ଦୁଇ ଭାଇ ପଟ୍ଟାମୁଣ୍ଡାଇ ଅଞ୍ଚଳର ବୋଲି ଜଣା ପଡିଛି l

ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରବୀର ଦାସଙ୍କ ମୃତ୍ୟୁ ପରେ ପୁଅ ନରେନ୍ଦ୍ର ଦାସ ଓ ଭଣଜା ଅଜିତ ନାୟକ କଳସପୁର ଭଉଣୀ ଘରକୁ ଆସି ପଟ୍ଟାମୁଣ୍ଡାଇ ଫେରୁଥିବା ବେଳେ ଶାସନ ଛକରେ କାର ସହ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲାl ଘଟଣା ସ୍ଥଳରେ ଆଳି ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଆଳି ମେଡିକାଲରେ ଭର୍ତ୍ତି କରିଥିଲେ l ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe