ଡାଏଟରେ ସାମିଲ କରନ୍ତୁ କଦଳୀ । ପାଖ ମାଡିବନି କୌଣସି ରୋଗ !

କଦଳୀକୁ ନିଜ ଦୈନନ୍ଦିନ ଡାଏଟରେ ସାମିଲ କଲେ ଅନେକ ଲାଭ ମିଳିଥାଏ । ଖୋଦ ଡାଇଟିସିଆନ ଏହାକୁ ନେଇ ଟିପ୍ସ ଦେଇ ଥାଆନ୍ତି ।

ପ୍ରତିଦିନ କଦଳୀ ଖାଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇ ପାରିବେ । ଏହାକୁ ଡାଏଟରେ ସାମିଲ କଲେ ୯ଟି ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

କଦଳୀରେ ଭିଟାମିନ B6, ପୋଟାସିୟମ ଓ ଫାଇବର ମାତ୍ରା ରହିଥାଏ । ତାସହିତ କଦଳୀରେ ମିନେରାଲ୍ସ ସହ ପ୍ରଚୁର ମାତ୍ରାରେ ଆଇରନର ଉପାଦାନ ରହିଥାଏ । ଯାହା ଶରୀରକୁ ଶକ୍ତି ଯୋଗାଇଥାଏ ।

ପ୍ରତିଦିନ କଦଳୀ ଖାଇବା ଦ୍ୱାରା ହାର୍ଟ ଆଟାକ ଆଶଙ୍କା କମି ଯାଇଥାଏ । ଖାଲି ସେତିକି ନୁହେଁ ରକ୍ତଚାପ ନିୟନ୍ତ୍ରଣ କରିବାରେ ପ୍ରମୁଖ ବହନ କରିଥାଏ କଦଳୀରେ ଥିବା ପୋଟାସିୟମ । ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଷ୍ଟ୍ରେସ କମ ହୋଇଥାଏ ।

ଏଥିରେ ଫାଇବର ଉପଦାନ ଥିବାରୁ କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ । ଏଥିରେ ଗ୍ଲୁକୋଜ ଓ ସୁକ୍ରୋଜ ରହିଥିବାରୁ ଏହାକୁ ପୋଷ୍ଟ ୱାର୍କଆଉଟ ଡାଏଟ ଭାବରେ ବ୍ୟବହାର କରିହେବ ।

କଦଳୀରେ ପ୍ରଚୁର ପୋଟାସିୟମ ରହିଥିବାରୁ କିଡନୀ ସା୍ୱସ୍ଥ୍ୟକୁ ଉତ୍ତମ ରଖିଥାଏ । ଏହା ସହିତ ଓଜନ ନିୟନ୍ତ୍ରଣ କରିବାରେ ଏହା ଗରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ କଦଳୀ ।

ହାଡକୁ ମଜଭୁତ ରଖିଥାଏ କଦଳୀ । କାରଣ ଏଥିରେ ପ୍ରଚୁର ମାତ୍ରାରେ ମାଗ୍ନେସିୟମ ମଧ୍ୟ ରହିଥାଏ ।

ଚେହେରାରେ ଚମକ ଆଣିଥାଏ କଦଳୀ । ଏହା ତ୍ୱଚାକୁ ଚମକଦାର ସହ ଉଜ୍ଜଳ କରିବାରେ ସହାୟକ ହୋଇଥାଏ ।