କନକ ବ୍ୟୁରୋ: ବିଧାନସଭା ଉଠିଲା ଛାତ୍ର ମୃତ୍ୟୁ ପ୍ରସଙ୍ଗ। ପ୍ରଶ୍ନକାଳରେ ସରକାରୀ, ବେସରକାରୀ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠିଛି। ୨୦୨୦ ମସିହାରୁ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷରେ ସରକାରୀ ଓ ବେସରକରୀ ସ୍କୁଲ ଓ କଲେଜର ମୋଟ ୭୨ ଜଣ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ବିଭିନ୍ନ କାରଣକୁ ନେଇ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛର ପ୍ରମୁଖ କାରଣ ଗୁଡିକ ହେଉଛି ମାନସିକ ଚାପ, ମାନସିକ ଅସନ୍ତୁଳନ, ସ୍କୁଲ କଲେଜରେ ମୋବାଇଲ ବ୍ୟବହାର ଉପରେ କଟକଣା, ପାଠପଢ଼ା ଚାପ, ସାଙ୍ଗ ସାଥୀଙ୍କ ସହ ଭୁଲ ବୁଝାମଣା । ସେହିପରି ଘରୋଇ କଳହ, ପ୍ରେମ ସଂପର୍କକୁ ନେଇ ସମସ୍ୟା, ପରୀକ୍ଷା ଓ ପ୍ରେମ ବ୍ୟାପାରକୁ ନେଇ ମାନସିକ ଅବସାଦ, ଘରକୁ ଯିବା ପାଇଁ ପିଲାଙ୍କ ଝୁଙ୍କ୍ ଓ ଅଭିଭାବକଙ୍କ ବାରଣ, ଏହାଛଡ଼ା ମାନସ୍ତାତ୍ତ୍ୱିକ ସମସ୍ୟା ମଧ୍ୟ କିଛି ପିଲାଙ୍କ ଜୀବନ ନେଇଛି । ଏସବୁ ସମସ୍ୟାକୁ ଚିହ୍ନଟ କରି ଛାତ୍ରଛାତ୍ରୀଙ୍କୁ ସଠିକ୍ କାଉନସେଲିଂ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ପିଲାଙ୍କ ସମସ୍ୟାକୁ ବୁଝି ସମାଧାନ ଦିଗରେ ସହଯୋଗ କରିବା ସହ ମାନସିକ ସଚେତନତା କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସରକାରୀ ଓ ବେସରକାରୀ ସ୍କୁଲ, କଲେଜରେ ଆତ୍ମହତ୍ୟା କରିଛନ୍ତି ୭୨ ଛାତ୍ରଛାତ୍ରୀ: କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର
ବିଧାନସଭା ଉଠିଲା ଛାତ୍ର ମୃତ୍ୟୁ ପ୍ରସଙ୍ଗ। ପ୍ରଶ୍ନକାଳରେ ସରକାରୀ, ବେସରକାରୀ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗ ଉଠିଛି। ୨୦୨୦ ମସିହାରୁ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ।
/kanak/media/media_files/2025/03/10/BnaxfKZWE45JrlUGX5rG.jpg)