ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ଏନକାଉଣ୍ଟର, ୬ ମାଓବାଦୀ ମୃତ ସୂଚନା

ଅବୁଝମାଡ଼ ଜଙ୍ଗଲରେ ୬ ଜଣ ମାଓବାଦୀ ମୃତ୍ୟୁ ସୂଚନା। ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ଖବର ମିଳିବା ପରେ  ନାରାୟଣପୁର ପୁଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଜଙ୍ଗଲରେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ମାଡ଼ କରିଥିଲା ମାଓବାଦୀ । ଏହାପରେ ଯବାନଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା ।

60

କନକ ବ୍ୟୁରୋ :  ଛତିଶଗଡ ଅବୁଝମାଡ ଜଂଗଲରେ ଏନକାଉଣ୍ଟର । ଯବାନ ମାଓବାଦୀ ମୁହାଁମୁହିଁ । ଅବୁଝମାଡ଼ ଜଙ୍ଗଲରେ ୬ ଜଣ ମାଓବାଦୀ ମୃତ୍ୟୁ ସୂଚନା। ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ନକ୍ସଲ ଗତିବିଧି ନେଇ ଖବର ମିଳିବା ପରେ  ନାରାୟଣପୁର ପୁଲିସ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଜଙ୍ଗଲରେ ଯବାନଙ୍କୁ ଦେଖି ପ୍ରଥମେ ଗୁଳି ମାଡ଼ କରିଥିଲା ମାଓବାଦୀ । ଏହାପରେ ଯବାନଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୬ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଏକେ-୪୭ ଓ ଏସଏଲଆର୍ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି। ତେବେ ମୃତ ମାଓବାଦୀଙ୍କ ଚିହ୍ନଟ ହୋଇପାରିନାହିଁ । ଏବେ ବି ଅବୁଝମାଡ଼ ଜଙ୍ଗଲରେ ଅପରେଶନ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ସମ୍ଭାବନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe