ପୁଞ୍ଚରେ ବଡ଼ ଧରଣର ଦୁର୍ଘଟଣା । ୫ ଯବାନ ସହିଦ୍, ୧୨ ଆହତ ..

Advertisment

୩୫୦ ଫୁଟ ତଳକୁ ଖସିଲା ସେନା ଟ୍ରକ୍ । ୫ ଯବାନ ସହିଦ୍, ୧୨ ଆହତ ।

୩୫୦ ଫୁଟ ତଳକୁ ଖସିଲା ସେନା ଟ୍ରକ୍ । ୫ ଯବାନ ସହିଦ୍, ୧୨ ଆହତ ।

ACCIDENT 66

Photograph: (google)

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ବାଲନୋଇ ସେକ୍ଟରରେ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସେନାର ଏକ ଗାଡ଼ି ୩୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା । ହ୍ଵାଇଟ୍ ନାଇଟ୍ କର୍ପସ୍ ଏକ୍ସରେ ପୋଷ୍ଟ କରି ଲେଖିଛି ପୁଞ୍ଚ ସେକ୍ଟରରେ ଅପରେସନ୍ ଡ୍ୟୁଟି ସମୟରେ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସୈନିକଙ୍କ ମୃତ୍ୟୁକୁ ନେଇ ହ୍ୱାଇଟ୍ ନାଇଟ୍ କର୍ପସ୍ ଗଭୀର ଶୋକ ପ୍ରକାଶ କରିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତ କର୍ମଚାରୀଙ୍କ ଚିକିତ୍ସା ଚାଲିଛି ।

ମଙ୍ଗଳବାର ରାତି ପ୍ରାୟ ୭ଟା ୪୦ ମିନିଟ୍ ରେ ୧୧ଟି ମରାଠା ଲାଇଟ୍ ଇନ୍ଫେଣ୍ଟରିର ଏକ ସେନା ଗାଡ଼ି ନୀଳମ ମୁଖ୍ୟାଳୟରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ବାଲନୋଇ ଘୋରା ପୋଷ୍ଟ ଅଭିମୁଖେ ଯାଉଥିଲା । ଗାଡିଟି ପ୍ରାୟ ୧୫୦ ଫୁଟ ଗଭୀର ଖାଲକୁ ଖସି ପଡ଼ିବାରୁ ଡ୍ରାଇଭରଙ୍କ ସମେତ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ୧୧ ମରାଠା ଲାଇଟ୍ ଇନ୍ଫେଣ୍ଟରିର କ୍ୱିକ୍ ରେସପନ୍ସ ଟିମ୍ ଏବଂ ମନକୋଟରୁ ଏକ ପୁଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ,ଏହା ପୂର୍ବରୁ ମଧ୍ୟ ଏଭଳି ଅନେକ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି । ଏପ୍ରିଲ ୨୯, ୨୦୨୩ରେ ରାଜୌରୀରେ ସେନାର ଏକ ଆମ୍ବୁଲାନ୍ସ ୨୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା, ଯେଉଁଥିରେ ଦୁଇ ଜଣ ଯବାନ ସହିଦ ହୋଇଥିଲେ । ୨୦୨୩ ଅଗଷ୍ଟ ୧୯ତାରିଖରେ ସେନାର ଏକ ଗାଡ଼ି ୬୦ ଫୁଟ ଖାଲକୁ ଖସି ପଡ଼ିବାରୁ ୯ ଜଣ ଯବାନ ସହିଦ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe