ଆରଏସଏସକୁ କେଜ୍ରିୱାଲଙ୍କ ପାଞ୍ଚ ପ୍ରଶ୍ନ । ଇଡି ଏବଂ ସିବିଆଇର ଭୟ ଦେଖାଇ ମୋଦୀ ସରକାର ଭାଙ୍ଗିଦେଉଥିବାରେ  ଆରଏସଏସ ସହମତ କି?

Advertisment

ଆରଏସଏସକୁ କେଜ୍ରିୱାଲଙ୍କ ପାଞ୍ଚ ପ୍ରଶ୍ନ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନ୍ତରମନ୍ତ୍ରରରେ 'ଜନତା ଅଦାଲତ'କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏନଡିଏ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ ।

ଆରଏସଏସକୁ କେଜ୍ରିୱାଲଙ୍କ ପାଞ୍ଚ ପ୍ରଶ୍ନ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନ୍ତରମନ୍ତ୍ରରରେ 'ଜନତା ଅଦାଲତ'କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏନଡିଏ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ ।

7ରକ

କନକ ବ୍ୟୁରୋ : ଆରଏସଏସକୁ କେଜ୍ରିୱାଲଙ୍କ ପାଞ୍ଚ ପ୍ରଶ୍ନ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନ୍ତରମନ୍ତ୍ରରରେ 'ଜନତା ଅଦାଲତ'କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏନଡିଏ ସରକାରଙ୍କୁ କଡା ଟାର୍ଗେଟ କରିଥିଲେ । ଅରବିନ୍ଦ କେଜ୍ରିୱାଲ ମଧ୍ୟ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କୁ ୫ଟି ପ୍ରଶ୍ନ ପଚାରିଥିଲେ । କେଜ୍ରିୱାଲ ପ୍ରଶ୍ନ ପଚାରିଛନ୍ତି ଯେ ଇଡି ଏବଂ ସିବିଆଇର ଭୟ ଦେଖାଇ ମୋଦୀ ଜି ସରକାର ଭାଙ୍ଗିଦେଉଥିବାବେଳେ ଆରଏସଏସ ସହମତ କି? ମୋଦୀ ଜୀ ବିଜେପିରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ସାମିଲ କରିଥିଲେ । ମୋଦୀ ଜୀ ସହିତ ଆରଏସଏସ ଏକମତ କି? ଜେପି ନଡ୍ଡାଙ୍କ ବିବୃତ୍ତିକୁ ନେଇ ଆରଏସଏସ ଦୁଃଖିତ କି? ମୋଦୀ ଜୀଙ୍କ ପାଇଁ ୭୫ ବର୍ଷର ନିୟମ ଲାଗୁ ହେବ କି ନାହିଁ?  ଆରଏସଏସ ଗର୍ଭରୁ ବିଜେପି ଜନ୍ମ  ଜ୍ଝ କୁହାଯାଉଛି ଯେ ବିଜେପି ବିପଥଗାମୀ ନହେବା ଦେଖିବା ଆରଏସଏସର ଦାୟିତ୍ୱ । ଆପଣ ଆଜିକାର ବିଜେପି ନେଇଥିବା ପଦକ୍ଷେପ ସହ ସହମତ କି? ଆପଣ କେବେ ମୋଦୀ ଜୀଙ୍କୁ ଏସବୁ ନକରିବାକୁ କହିଛନ୍ତି କି? ଏମିତି ପ୍ରଶ୍ନ ପଚାରିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । 

ମୋହନ ଭାଗବତଙ୍କୁ ୫ ପ୍ରଶ୍ନ
ମୋଦୀ ସରକାର ଭାଙ୍ଗିଦେଉଛନ୍ତି,  ଆରଏସଏସ ଏଥିରେ ସହମତ କି?
ମୋଦୀ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ସାମିଲ କରିଥିଲେ, ଆରଏସଏସ ଏକମତ କି?
ମୋଦୀଙ୍କ ପାଇଁ ୭୫ ବର୍ଷର ନିୟମ ଲାଗୁ ହେବ କି ନାହିଁ?
ଆପଣ ଆଜିକାର ବିଜେପି ନେଇଥିବା ପଦକ୍ଷେପ ସହ ସହମତ କି?
ଆପଣ କେବେ ମୋଦୀଙ୍କୁ ଏସବୁ ନକରିବାକୁ କହିଛନ୍ତି କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe