କନକ ବ୍ୟୁରୋ : ମହରାଷ୍ଟ୍ର ନିର୍ବାଚନକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଦବ ଠାକରେଙ୍କ ବଡ ବୟାନ । ମହାବିକାଶ ଆଘାଡିର ଇସ୍ତାହାର ଉନ୍ମୋଚନ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ୨୩ ତାରିଖରେ ଆମେ ବିଜୟର ବାଣ ଫୁଟାଇବୁ ବୋଲି ଉଦ୍ଧବ ଠାକରେ କହିଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାମ ନ ନେଇ ସେ କହିଛନ୍ତି ଯେ ଜଣେ ବ୍ୟକ୍ତି ଏବେ ବେରୋଜଗାର ହେବାକୁ ଯାଉଛନ୍ତି । ଦେବେନ୍ଦ୍ର ଫଡନାଭିସ ମୋତେ ପ୍ରଥମେ ମୁମ୍ବାଇରେ ମନ୍ଦିର ନିର୍ମାଣ କରିବାକୁ ଚ୍ୟାଲେଞ୍ଜ କରିଥିଲେ । ଫଡନାଭିସଙ୍କୁ ଟାର୍ଗେଟ କରି ଉଦ୍ଧବ କହିଛନ୍ତି , ଥାନେ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ମନ୍ଦିର ନିର୍ମାଣ କରିବାରେ ଆପଣ ସକ୍ଷମ ହେବେ କି ? ଆମ ସରକାର କ୍ଷମତାକୁ ଆସିବା ପରେ ଆମେ ପ୍ରତ୍ୟେକ ଜିଲ୍ଲାରେ ଛତ୍ରପତି ଶିବାଜୀ ମହାରାଜଙ୍କ ମନ୍ଦିର ନିର୍ମାଣ କରିବୁ । ଆମେ ସୁରଟରେ ଏକ ମନ୍ଦିର ମଧ୍ୟ ନିର୍ମାଣ କରିବୁ । ମୁମ୍ବାଇ ଓ ମହାରାଷ୍ଟ୍ରର ଗୁଜରାଟୀକରଣ ଚାଲିଛି, ସେମାନେ ଏହା ହେବାକୁ ଦେବେ ନାହିଁ।
ମହାବିକାଶ ଆଘାଡିର ୫ଟି ପ୍ରତିଶ୍ରୁତି
-ମହିଳାଙ୍କୁ ପ୍ରତି ମାସରେ ୩ହଜାର ଟଙ୍କା ପ୍ରଦାନ ସହ ସରକାରୀ ବସରେ ମାଗଣା ଯାତ୍ରାର ସୁବିଧା
-କୃଷକଙ୍କ ତିନି ଲକ୍ଷ ଟଙ୍କା ପର୍ୟ୍ୟନ୍ତ ରୁଣ ଛାଡ
-ବେରୋଜଗାର ଯୁବକଙ୍କୁ ମାସକୁ ଚାରି ହଜାର ଟଙ୍କା
-ପ୍ରତ୍ୟେକ ପରିବାରଙ୍କୁ ୨୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସ୍ବାସ୍ଥ୍ୟ ବୀମା ଏବଂ ଅତ୍ୟାବଶକୀୟ ଓୗଷଧ ମାଗଣା ପ୍ରଦାନର ବ୍ୟବସ୍ଥା
-ସାମାଜିକ-ଆର୍ଥିକ ସ୍ତରରେ ଜାତିଗଣନା