କନକ ବ୍ୟୁରୋ :  ଲୋୟର ସୁକତେଲ ପ୍ରକଳ୍ପ ଟଙ୍କା କୁଆଡେ ଗଲା ? ଏହି ଟଙ୍କାରେ ପ୍ଲଟ୍, ଫ୍ଲାଟ୍, ଫାର୍ମ ହାଉସ୍ ଓ ସୁନା ଗହଣା କିଣାଯାଇଛି । ବଲାଙ୍ଗୀର ବେଲପଡ଼ା ସଭାରେ ଏ ପ୍ରସଙ୍ଗ ଉଠାଇ ପୂର୍ବ ସରକାରଙ୍କୁ ଘେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୧୦ ବର୍ଷରେ ୩୫ ପ୍ରତିଶତ ଜମି ଜଳସେଚିତ ହୋଇନି । ବଲାଙ୍ଗିର ଭଳି ମରୁଡ଼ି ପ୍ରବଣ ଜିଲ୍ଲାରେ ଏହି ହାର ୨୦ ପ୍ରତିଶତରୁ କମ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୪ ବର୍ଷ ଧରି ଗୋଟିଏ ସରକାର ଥିଲେ ମଧ୍ୟ କଣ କରୁଥିଲେ, କାହିଁକି ଲୋୟର ସୁକତେଲ ପ୍ରକଳ୍ପ ହୋଇପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ ।