ବେଳାଭୂମିରେ ଗାଧୋଇବାବେଳେ ଭାସିଗଲେ ୩ ପର୍ଯ୍ୟଟକ । ୨ ଉଦ୍ଧାର, ଜଣେ ମୃତ; ଅନ୍ୟ ଜଣଙ୍କ ପତ୍ତା ମିଳୁନି

ବାଲେଶ୍ବର-ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଗାଧୋଇବାବେଳେ ଭାସିଗଲେ ୩ ପର୍ଯ୍ୟଟକ । ୨ ଉଦ୍ଧାରଙ୍କ ମଧ୍ୟରୁ ଜଣେ ମୃତ । ଆଉ ଜଣଙ୍କ ମିଳୁନି ପତ୍ତା । ସେପଟେ କଟକ ଗଡ଼ଗଡ଼ିଆ ଘାଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ।

Touirist swayed away

Touirist swayed away Photograph: (KanakNews)

କନକ ବ୍ୟୁରୋ: ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ, ଜଣେ ମୃତ, ଜଣେ ନିଖୋଜ । ଓଡିଶା -ପଶ୍ଚିମବଙ୍ଗ ସୀମାନ୍ତ ତାଜପୁର ବେଳାଭୂମିରେ ଗାଧୋଇବା ବେଳେ ଅଘଟଣ । ୩ ପର୍ଯ୍ୟଟକ ଭାସିଯାଇଥିବା ପ୍ରଶାସନ ପକ୍ଷରୁ ସ୍ପିଡ୍ ବୋଟ ଜରିଆରେ ଦୁଇ ଜଣକୁ ଉଦ୍ଧାର କରାଯାଇଛି । ଅନ୍ୟ ଜଣେ ଯୁବକ ନିଖୋଜ ଅଛନ୍ତି । ତେବେ ଉଦ୍ଧାରକାରୀ ଟିମ୍ ଯେଉଁ ଦୁଇ ଜଣକୁ ଉଦ୍ଧାର କରିଥିଲା ସେଥି ମଧ୍ୟରୁ ଜଣେ ପର୍ଯ୍ୟଟକ ଜୀବିତ ଥିଲାବେଳେ ଅନ୍ୟ ଜଣକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଉକ୍ତ ଯୁବକମାନେ ପଶ୍ଚିମବଙ୍ଗ ବାରସାତ ଅଞ୍ଚଳର ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe