ଦୁର୍ଗାପୂଜାରେ ଆସିପାରେ ‘ସୁଭଦ୍ରା’ ଟଙ୍କା: ୨୫ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତି

Advertisment

୨୫ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିବା ପରେ ଅପେକ୍ଷାରେ ଅଛନ୍ତି ଲକ୍ଷ ଲକ୍ଷ ଆବେଦନକାରୀ। କେବେ ସୁଭଦ୍ରା ଟଙ୍କା ମିଳିବ? ଆଉ ନୂଆ ହିତାଧିକାରୀଙ୍କୁ ମିଳିବ କି ନାହିଁ?

୨୫ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିବା ପରେ ଅପେକ୍ଷାରେ ଅଛନ୍ତି ଲକ୍ଷ ଲକ୍ଷ ଆବେଦନକାରୀ। କେବେ ସୁଭଦ୍ରା ଟଙ୍କା ମିଳିବ? ଆଉ ନୂଆ ହିତାଧିକାରୀଙ୍କୁ ମିଳିବ କି ନାହିଁ?

jhy

କନକ ବ୍ୟୁରୋ: ୨୫ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିବା ପରେ ଅପେକ୍ଷାରେ ଅଛନ୍ତି ଲକ୍ଷ ଲକ୍ଷ ଆବେଦନକାରୀ। କେବେ ସୁଭଦ୍ରା ଟଙ୍କା ମିଳିବ? ଆଉ ନୂଆ ହିତାଧିକାରୀଙ୍କୁ ମିଳିବ କି ନାହିଁ? ସେକଥା ଭାବି ଭାବି ଲୋକଙ୍କ ଆଖିରୁ ନିଦ ହଜି ଗଲାଣି। ଏହାରି ଭିତରେ ଆବେଦନକାରୀଙ୍କୁ ଆଶ୍ବସ୍ତି ଦେଇଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି। 

ସୁଭଦ୍ରା ଯୋଜନାରେ ୯୦ଲକ୍ଷରୁ ଅଧିକ ମହିଳା ଆବେଦନ କରିଥିବାବେଳେ ମାତ୍ର ୨୫ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିଛି। ଯେଉଁମାନଙ୍କୁ ଟଙ୍କା ମିଳିଛି ସେମାନେ ଶାନ୍ତିରେ ନିଶ୍ବାସ ମାରୁଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଯାଇଛି। କେବେ ମିଳିବ ବୋଲି ଅପେକ୍ଷା କରିଛନ୍ତି। ଏହାରି ଭିତରେ ଆବେଦନକାରୀଙ୍କୁ ଭଲ ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।  କହିଛନ୍ତି, ମହିଳାଙ୍କ ବଡ ପର୍ବରେ ବାକି ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି। 

ମହିଳାଙ୍କ ଉତ୍କଣ୍ଠାକୁ ନଜରରେ ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ଇ-କେୱାଇସି ପାଇଁ ସମୟ ଲାଗୁଛି । ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପଂହଁଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। କୋଟିଏ ଲୋକଙ୍କ ପାଖେ ଜଲଦି ପଂହଁଚିବ ସରକାର। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ସତ୍ବେ ଆବେଦନକାରୀ ଆଶଙ୍କାରେ ଅଛନ୍ତି। 

୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ସେହିଦିନ ୨୫ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୫ହଜାର ଲେଖାଏଁ ଟଙ୍କା ଯାଇଛି। ତାପରେ ବାକି ଥିବା ଆବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେ ନେଇ ଚର୍ଚ୍ଚା ଲାଗି ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe