କନକ ବ୍ୟୁରୋ: ଭାରତୀୟ ଦ୍ରୁତ ବୋଲର ଯଶପ୍ରିତ ବୁମରାହ ପୁଣି ଥରେ ବଡ ଉପଲବ୍ଧି ହାସଲ କରିଛନ୍ତି । ତାଙ୍କୁ ଆଇସିସି ୨୦୨୪ର ବେଷ୍ଟ କ୍ରିକେଟର ଭାବେ ଚୟନ କରିଛି । ଭାରତୀୟ ଟିମ ଆଗାମୀ ମାସରେ ପାକିସ୍ତାନର ଆୟୋଜନ କରୁଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବ । ଆଉ ଏହା ପୂର୍ବରୁ ଭାରତ ପାଇଁ ଆସିଛି ଭଲ ଖବର ।
ଯଶପ୍ରିତ ବୁମରାହ ୨୦୨୪ରେ ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକା ଓ୍ବିକେଟ ହାସଲ କରିଥିଲେ । ସେ ୨୦୨୪ରେ ମୋଟ ୧୩ ଟେଷ୍ଟ ମ୍ୟାଚ ଖେଳିଥିଲେ, ଯେଉଁଥିରେ ୧୪.୯୨ ଆଭରେଜରେ ୭୧ ଓ୍ବିକେଟ ନେଇଥିଲେ । ସେହିପରି ବୁମରାହ ୩୨ ଓ୍ବିକେଟ ସହ ବର୍ଡର ଗାଭାସ୍କର ଟ୍ରଫିରେ ସବୁଠାରୁ ଅଧିକା ଓ୍ବିକେଟ ନେଇଥିବା ଖେଳାଳି ବିବେଚିତ ହୋଇଥିଲେ ।
Dominating the bowling charts in 2024, India's spearhead Jasprit Bumrah has been crowned ICC Men’s Test Cricketer of the Year 💥#ICCAwards pic.twitter.com/h8Ppjo2hrv
— ICC (@ICC) January 27, 2025
ଏହି ପ୍ରଦର୍ଶନ ଆଧାରରେ ଆଇସିସି ବୁମରାହଙ୍କୁ ମେନ୍ସ ଟେଷ୍ଟ କ୍ରିକେଟର ଅଫ ଦ ଇୟର ଭାବେ ଚୟନ କରିଛି । ବୁମରାହ ଘରୋଇ ଓ ବିପକ୍ଷ ଟିମ ମୈଦାନରେ ନିଜକୁ ସାବ୍ୟସ୍ତ କରିଥିଲେ । ଏହି ଡାହାଣ ହାତୀ ଦ୍ରୁତ ବୋଲର ଘରୋଇ ମୈଦାନରେ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ବୁମରାହ ଏହି ଉପଲବ୍ଧି ହାସଲ କରିଥିବା ଷଷ୍ଠ ଭାରତୀୟ । ତାଙ୍କ ପୂର୍ବରୁ ଏହି ଉପଲବ୍ଧି ରାହୁ ଦ୍ରାବିଡ, ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହଓ୍ବାଗ, ରବିଚନ୍ଦ୍ରନ ଅଶ୍ବିନ, ବିରାଟ କୋହଲି ହାସଲ କରିଥିଲେ । ଏହାପରେ ୬ ବର୍ଷ ପରେ ଏହି ଉପଲବ୍ଧି ପୁଣି ଦେଶକୁ ଫେରିଛି । ଶେଷଥର ପାଇଁ ଏହି ଉପଲବ୍ଧି ବିରାଟ କୋହଲି ୨୦୧୮ରେ ଜିତିଥିଲେ । ବୁମରାହ ଏହି ଆଓ୍ବାର୍ଡ ଜିତିବା ସହ ଅଷ୍ଟ୍ରେଲିଆ ସହ ବରାବର ହୋଇଛି । ଦୁଇ ଦେଶ ୬-୬ ଥର ଏହି ଆଓ୍ବାର୍ଡ ଜିତି ସାରିଛନ୍ତି ।