୧ଲକ୍ଷ ୭୭ ହଜାର ଭୂତ ଖାଉଥିଲେ ରାସନ ଚାଉଳ: ଇ-କେୱାଇସି ଯାଞ୍ଚରୁ ଆସିଲା ସତ

Advertisment

ସରକାର ବଦଳିବା ପରେ ଲକ୍ଷ ଲକ୍ଷ ଭୂତ ରାସନକାର୍ଡ ରହିଥିବା ସାମନାକୁ ଆସିଥିଲା। ଏନେଇ ବାରମ୍ବାର ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ। ତାପର ଭୂତ ରାସନକାର୍ଡର ଯାଞ୍ଚ ପାଇଁ ଚାଲିଛି ଇ-କେୱାଇସି ଅପଡେଟ୍ ।

Updated On

ସରକାର ବଦଳିବା ପରେ ଲକ୍ଷ ଲକ୍ଷ ଭୂତ ରାସନକାର୍ଡ ରହିଥିବା ସାମନାକୁ ଆସିଥିଲା। ଏନେଇ ବାରମ୍ବାର ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ। ତାପର ଭୂତ ରାସନକାର୍ଡର ଯାଞ୍ଚ ପାଇଁ ଚାଲିଛି ଇ-କେୱାଇସି ଅପଡେଟ୍ ।

ଅଦ୍ୟତନ ହୋଇଛି
dwdwd

କନକ ବ୍ୟୁରୋ: ସରକାର ବଦଳିବା ପରେ ଲକ୍ଷ ଲକ୍ଷ ଭୂତ ରାସନକାର୍ଡ ରହିଥିବା ସାମନାକୁ ଆସିଥିଲା। ଏନେଇ ବାରମ୍ବାର ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ। ତାପର ଭୂତ ରାସନକାର୍ଡର ଯାଞ୍ଚ ପାଇଁ ଚାଲିଛି ଇ-କେୱାଇସି ଅପଡେଟ୍ । ଇ-କେୱାଇସି ଯାଞ୍ଚ ସମୟରେ ଧରାପଡିଛି ମୃତକଙ୍କ ନାଁରେ କେମିତି ଚାଲିଥିଲା ଚାଉଳ ଲୁଟ୍। 

ଇ-କେୱାଇସି ଯାଞ୍ଚ ପ୍ରକ୍ରିୟାରେ ଆଜି ସୁଦ୍ଧା, ୧ଲକ୍ଷ ୭୭ ହଜାର ୬୮ ଗୋଟି ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ରାସନ କାର୍ଡ ତଥ୍ୟାବଳୀରୁ ବାଦ ଦିଆଯାଇଛି। ଅର୍ଥାତ ମାସ ମାସ ଧରି ପ୍ରତିମାସରେ ଏହି ମୃତକଙ୍କ ନାଁରେ ରାସନ ସାମଗ୍ରୀ ଉଠୁଥିଲା। ତେବେ କେବଳ ମୃତକଙ୍କ ନାଁରେ ନୁହେଁ ପ୍ରାୟ ୨୦ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି ବୋଲି ଗଣମାଧ୍ୟମକୁ ସିଧାସଳଖ କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। 

ମନ୍ତ୍ରୀଙ୍କ ଆକଳନ ସତ ହଲେ ସାଂଘାତିକ । ୨୦ଲକ୍ଷ ଅଯୋଗ୍ୟ ହିତାଧିକାରୀ ରହିଥିଲେ, ମାସକୁ ପ୍ରାୟ ୩୦ କୋଟି ଟଙ୍କାର ଚାଉଳ ଚଳୁ ହେଉଛି। ମାସ ମାସ ଧରି ଏହା ଚାଲିଥିବାରୁ ଶହ ଶହ କୋଟି ଟଙ୍କା ଚଳୁ ହୋଇଥିବା ସନ୍ଦେହ କରାଯାଉଛି । ପ୍ରଶ୍ନ ଉଠୁଛି ରାସନକାର୍ଡ ଘୋଟାଲ ପଛରେ କେଉଁମାନେ ଅଛନ୍ତି? ଏତେ ବଡ କେଳେଙ୍କାରୀ ଚାଲିଥିବାବେଳେ ପୂର୍ବତନ ଯୋଗାଣ ମନ୍ତ୍ରୀ ଓ ଯୋଗାଣ ବିଭାଗ ଅଧିକାରୀମାନେ କଣ କରୁଥିଲେ? ତେବେ ବର୍ତ୍ତମାନର ସରକାର ଉପରେ ପାଲଟା ଦୋଷ ଲଦିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ । 

ତେବେ ରାଜ୍ୟରେ ୩କୋଟି ୩୬ ଲକ୍ଷ ୩୫ ହଜାର ୯୧୮ଜଣଙ୍କ ମଧ୍ୟରୁ ଆଜି ଯାଏଁ ୨କୋଟି ୬୯ ଲକ୍ଷ ୨୩ହଜାର ୮୩୦ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସରିଛି। ନଭେମ୍ବର ସୁଦ୍ଧ ଯାଞ୍ଚ ସାରିବାକୁ ଲକ୍ଷ୍ୟ ରଖାଯାଇଛି କିନ୍ତୁ ଯେମିତି କେହି ବାଦ ନପଡନ୍ତି, ସେଥିପାଇଁ ସମୟ ଦିଆଯିବ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଏବେ ବି ୬ଲକ୍ଷ ୧୯ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ଖୁବଶୀଘ୍ର ଯୋଗ୍ୟ ଆବେଦନକାରୀଙ୍କୁ ନୂତନ ରାସନ କାର୍ଡ ଯୋଗାଇ ଦିଆଯିବ । ବାହାରେ ରହିଛନ୍ତି ଓ ଇ-କେୱାଇସି ଅପଡେଟ୍ କରି ନାହାନ୍ତି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe