ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ । ୧୪ ବର୍ଷ ବୟସରେ ଭାରତଛାଡ ଆନ୍ଦୋଳନରେ ସାମିଲ ହୋଇ ୧୯୪୨ରୁ ୧୯୪୫ ପର୍ଯ୍ୟନ୍ତ ଭୋଗିଥିଲେ ଜେଲଦଣ୍ଡ

54

କନକ ବ୍ୟୁରୋ: ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ୩ ଥର କାରବାରଣ କରିଥିଲେ । କଟକ ଜିଲ୍ଲା ଗତିରାଉତପାଟଣାର ଢିଅସାହି ଗାଁରେ ଜନ୍ମଗ୍ରହଣ କରିଥିଲେ ଦୋଳଗୋବିନ୍ଦ ପ୍ରଧାନ ।

ଏଠାରୁ ସେ ୱାର୍ଡ ମେମ୍ବର, ସରଂପଚ ଓ ପରେ ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ହୋଇଥିଲେ । କଟକ ସଦରରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୭ଶହ ପୃଷ୍ଠାର ଗାନ୍ଧିଜୀଙ୍କ ଜୀବନକୁ ନେଇ ଦୋଳଗୋବିନ୍ଧ ଲେଖିଥିଲେ ଗାନ୍ଧିକଥା । ଦୋଳଗୋବିନ୍ଦଙ୍କ ଅନ୍ତିମ ସଂସ୍କାର ତାଙ୍କ ନିଜ ଗାଁରେ ହେବ । ଶେଷଦର୍ଶନ କରିବାକୁ ତାଙ୍କ ୟୁନିଟ-୮ ସ୍ଥିତ ଭୁବନେଶ୍ୱର ଘରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ପହଂଚିଛନ୍ତି ।