କ୍ୟାନସର ସନ୍ଦେହ : ନବବଧୂକୁ ଘରୁ ତଡ଼ିଦେଲେ ଶାଶୂଘର ଲୋକ; ମାନସିକ ଚାପରେ ଜୀବନ ହାରିଲେ ବୋହୂ

322

କନକ ବ୍ୟୁରୋ : ଶାଶୁଘର ନିର୍ଯାତନା ସହି ନପାରି ଜୀବନ ହାରିଲେ ନବବଧୂ । କ୍ୟାନସର ସନ୍ଦେହରେ ଶାଶୂଘର ଲୋକେ ନବବଧୂକୁ ଘରୁ ତଡ଼ିଦେବାରୁ ବୋହୂ ଜଣକ ଆତ୍ମହତ୍ୟା କରିଛନ୍ତି । ନୂଆବୋହୁର କ୍ୟାନସର ହୋଇଥିବା ସନ୍ଦେହରେ ବାହାଘର ଏକ ମାସ ପରେ କ୍ୟାନସର ରୋଗୀ କହି ନବବଧୂକୁ ଘରୁ ତଡ଼ି ଦେଇଛନ୍ତି ଶାଶୂଘର ଲୋକେ ।

ତେବେ ଏଭଳି ଚାଞ୍ଚଲ୍ୟକର ଘଟଣା ଭୁବନଶ୍ୱେର ମଞ୍ଚେଶ୍ୱର ଥାନା ମଳୟ ବିହାରରେ ଦେଖିବାକୁ ମିଳିଛି । ମୃତ ନବବଧୂ ହେଲେ ନିଆଳିର ପ୍ରଜ୍ଞା ପରମିତା ସ୍ୱାଇଁ । ଏ ନେଇ ଥାନାରେ ଭାଇ ଆଣିଲେ ଶାରିରୀକ ନିର୍ଯାତନା ଅଭିଯୋଗ । କ୍ୟାନସର ସନ୍ଦେହରେ ବାହାର କରିଥିଲେ ମଧ୍ୟ ପରେ ଏହା ଦାନ୍ତ ରୋଗ ବୋଲି ଜଣାପଡ଼ିଥିଲା । ମାନସିକ ଚିନ୍ତାରେ ବେକରେ ରଶି ଲଗାଇ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ସୂଚନା ରହିଛି ।