ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ‘ଟଏଲେଟ ଏକ ପ୍ରେମ କଥା’ ଭଳି ଦୃଶ୍ୟ : ଫିଲ୍ମି ଷ୍ଟାଇଲରେ ଶାଶୁଘର ଛାଡିଛନ୍ତି ନବବିବାହିତା, କହିଲେ ଶୈାଚାଳୟ ନହେବା ଯାଏଁ ଫେରିବେନି ଘର

51

କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ ସହର ବ୍ୟତୀତ ଗ୍ରାମାଂଚଳରେ ମଧ୍ୟ ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶସ୍ଥିତ ମହୋବା ଜିଲ୍ଲାର ଖନ୍ନା ଗ୍ରାମର ଏକ ନବବିବାହିତ ଘରେ ଶୌଚାଳୟ ନଥିବା ହେତୁ ଶାଶୁଘର ଛାଡିଛନ୍ତି । ତାଙ୍କ କହିବା ମୁତାବକ ‘ଯେବେ ପର୍ଯ୍ୟନ୍ତ ଶୌଚାଳୟ ନାହିଁ, ସେବେ ପର୍ଯ୍ୟନ୍ତ ଶାଶୁଘରକୁ ଯିବେ ନାହିଁ’ । ଏହି ଖବର ଚାରିଆଡେ ପ୍ରଚାର ହେଲା ପରେ ଲୋକମାନେ ନବବିବାହିତଙ୍କ ପଦକ୍ଷେପକୁ ଖୁବ ପ୍ରଶଂସା କରିଛନ୍ତି ।କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ମିଶନର ପ୍ରଭାବ ଗ୍ରାମାଂଚଳରେ ଦେଖାଗଲାଣି । ମହୋବା ଜିଲ୍ଲାର ଖନ୍ନା ଗାଁରେ ୧ମେ’ରେ ବିବାହ କରି ଆସିଥିବା ସୁନୀତା(୨୦) ଶାଶୁଘରେ ଶୌଚାଳୟ ନଥିବାରୁ ସେ ତାଙ୍କ ବାପ ଘରକୁ ଚାଲି ଯାଇଛନ୍ତି ଏବଂ ନିଜ ସ୍ୱାମୀଙ୍କୁ କହିଛନ୍ତି ଯେ ପର୍ଯ୍ୟନ୍ତ ଶୌଚାଳୟ ନହେବ ସେ ଆଉ ଘରକୁ ଫେରିବେ ନାହିଁ ।

ସୁନୀତାଙ୍କ ସ୍ୱାମୀ ଦେବୀଦାସ ପ୍ରଜାପତି ମଙ୍ଗଳବାର ଦିନ କହିଛନ୍ତି ଯେ ତାଙ୍କ ପତ୍ନୀ ଆସିବା ମାତ୍ରେ କହିଥିଲେ ସେ ତାଙ୍କ ବାପ ଘରେ କେବେ ହେଲେ ବାହାରକୁ ଶୌଚ ପାଇଁ ଯାଇନାହାନ୍ତି, ତେଣୁ ସେ ଶାଶୁଘରେ ମଧ୍ୟ ବାହାରକୁ ଶୌଚ ପାଇଁ ଯିବେ ନାହିଁ । ଦେବୀଦାସ କହିବା ମୁତାବକ ସେ ନିଜେ ଶୌଚାଳୟ ନିର୍ମାଣ କରି ତାଙ୍କ ପତ୍ନୀଙ୍କୁ ଘରକୁ ଫେରାଇ ଆଣିବେ । ଯାହାର ଶୌଚାଳୟ ନାହିଁ ସେମାନେ ଶୌଚାଳୟ ପାଇଁ ଗାତ ଖୋଳିବା ମାତ୍ରେ ତାଙ୍କୁ ପ୍ରଥମ ମୂଲ୍ୟ ସ୍ୱରୂପ ୬ହଜାର ଟଙ୍କା ଦିଆଯିବ ବୋଲି ଏହି ଗ୍ରାମର ମୁଖ୍ୟ ସୁମନ ସିଂ କହିଛନ୍ତି । କିନ୍ତୁ ଦେବୀବାସ ଏବେ ପର୍ଯ୍ୟନ୍ତ କୌଣସି ଗାତ ଖୋଳି ନାହାନ୍ତି ତେଣୁ ତାଙ୍କୁ ଏବେ ପର୍ଯ୍ୟନ୍ତ କୌଣସି ଅର୍ଥ ମିଳିନାହିଁ । ଉକ୍ତ ଘଟଣାରୁ ସ୍ପଷ୍ଟ ହୋଇଛି ଯେ ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛଭାରତ ଅଭିଯାନର ପ୍ରଭାବ ବଢ଼ିବାରେ ଲାଗିଛି ।