ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ : ପାଣ୍ଡ୍ୟାଙ୍କ ଧୂଆଁଧାର ୨୨ବଲରୁ ୪୫ ରନ୍, କିୱି ଟିମ୍ ଆଗରେ ୨୫୩ ରନର ବିଜୟ ଲକ୍ଷ୍ୟ

103

କନକ ବ୍ୟୁରୋ: ୱେଲିଙ୍ଗଟନ ଦିନିକିଆରେ ବିଜୟ ପାଇଁ ନ୍ୟୁଜିଲାଣ୍ଡ ଆଗରେ ୨୫୩ରନର ଲକ୍ଷ୍ୟ ରଖିଛି ଭାରତ । ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ୪୯. ୫ ଓଭରରେ ୨୫୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ରାଇଡୁ ସର୍ବାଧିକ ୯୦ ରନ କରିଥିଲେ । ବିଜୟ ଶଙ୍କର ୪୫ ଓ କେଦାର ଯାଦବ ୩୪ ରନ କରିଥିଲେ ।

ତେବେ ମ୍ୟାଚରେ ଧୂଆଁଧାର ଇନିଂସ ଖେଳି ପାଣ୍ଡ୍ୟା ୨୨ ବଲରୁ ଦ୍ରୁତ ୪୫ ରନ କରିଥିଲେ । ଟପ ଅର୍ଡର ଫେଲ ମାରିଥିଲେ ବି ଦଳ ସମ୍ନାନଜନ ୨୫୨ ରନ କରିପାରିଛି । ନ୍ୟୁଜିଲାଣ୍ଡ ପକ୍ଷରୁ ହେନେରି ୪ ଓ ବୋଲ୍ଟ ୩ ୱିକେଟ ନେଇଥିଲେ ।

Source:Cricbuzz

ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶୁବମନ ଗିଲ୍, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, ବିଜୟ ଶଙ୍କର, ମହମ୍ମଦ ସାମି।

ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ହେନରି ନିକୋଲ୍ସ, କଲିନ୍ ମୁନ୍‌ରୋ, ରସ୍ ଟେଲର, ଟମ୍ ଲାଥାମ, କଲିନ୍ ଡି ଗ୍ରାଣ୍ଢୋମେ, ଜେମ୍ସ ନିସାମ, ଡଗ୍ ବ୍ରାସୱେଲ/ ମିଚେଲ ସାଣ୍ଟନର, ଟଡ୍ ଆସଲେ, ମ୍ୟାଟ୍ ହେନରି/ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ।