ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ: ୧୦୮ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍ । ସାମିଙ୍କୁ ୩ ୱିକେଟ୍ ସଫଳତା ।

129

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ଭ୍ରମଣକାରୀ ଦଳର ନୈରାଶ୍ୟଜନକ ବ୍ୟାଟିଂ । ପ୍ରଥମ ଇଂନିସରେ ବ୍ୟାଟିଂ କରି ଦଳ ମାତ୍ର ୧୦୮ ରନରେ ଅଲଆଉଟ୍ ହୋଇଯାଇଛି । ଗ୍ଲେନ୍ ଫିଲିପ୍ସ, ବ୍ରେସୱେଲ ଓ ସାଣ୍ଟନରଙ୍କୁ ଛାଡି ଦଳର କୌଣସି ବି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିବାବେଳେ, ଟିମ୍ ଇଣ୍ଡିଆର ବୋଲରମାନେ ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି ।

ଆଜି ଟସ୍ ଜିତି ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ଏହି ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ମଧ୍ୟ ସଠିକ୍ ବୋଲି ପ୍ରମାଣିତ କରିଥିଲେ । ପ୍ରଥମ ଓଭରରେ ହିଁ ସାମି ସଫଳତା ପାଇବା ସହିତ ୱିକେଟ୍ ହାସଲ କରିଥିଲେ । ଆଉ ଲଗାତାର ଭାବେ ନ୍ୟୁଜିଲାଣ୍ଡ ବ୍ୟାଟର ପ୍ୟାଭିଲିୟନ୍ ମୁହାଁ ହୋଇଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ମାତ୍ର ୧୫ ରନରେ ନ୍ୟୁଜିଲାଣ୍ଡ ଟିମର ଅଧା ଖେଳାଳି ଆଉଟ୍ ହୋଇସାରିଥିଲେ । ତେବେ ଶେଷ ଆଡକୁ ସାଣ୍ଟନର, ଫିଲିପ୍ସ କିଛି ଆଖି ଦୃଶିଆ ସଟ୍ ଖେଳିବା ସହ ଦଳର ସ୍କୋରକୁ ଶହେ ପାର୍ କରାଇଥିଲେ । ହେଲେ ଶେଷକୁ ଦଳ ମାତ୍ର ୧୦୮ ରନରେ ଅଲଆଉଟ୍ ହୋଇଯାଇଛି ।

ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୩ଟି ସଫଳତା ପାଇଥିବାବେଳେ, ପାଣ୍ଡ୍ୟା ଓ ୱାଶିଂଟନ ୨ଟି ଲେଖାଏଁ ସଫଳତା ପାଇଥିଲେ । ତାଙ୍କ ସହିତ ସିରାଜ,ସାର୍ଦ୍ଦୁଲ ଓ କୁଲଦୀପ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।