ହ୍ୱାଟସଆପ୍ ଆଣିଲା ନୂଆ ଫିଚର, ଏଣିକି ଗ୍ରୁପ୍ ଚାଟିଂ ସମୟରେ କରିପାରିବେ ପ୍ରାଇଭେଟରେ ରିପ୍ଲାଇ

ଏବେ ୟୁଜର୍ସଙ୍କୁ ମିଳିବ ପ୍ରାଇଭେଟ୍ ରିପ୍ଲାଇର ଫିଚର୍ସ

299

ହ୍ୱାଟସଆପ୍ ଓ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ବିଟା ଅପଡେଟ୍ ଆସିଯାଇଛି । ଏହି ଅପଡେଟ୍ ର ସହାୟତାରେ ଏବେ ୟୁଜର୍ସଙ୍କୁ ପ୍ରାଇଭେଟ୍ ରିପ୍ଲାଇର ଫିଚର୍ସ ମିଳିବ । କିନ୍ତୁ ଏହା କୌଣସି ବଡ ଫିଚର ନୁହେଁ । କାହିଁକିନା ଏହା ପୂର୍ବରୁ ହିଁ ଅନେକ ଇନଷ୍ଟାଣ୍ଟ ମେସେଜିଙ୍ଗ ସର୍ଭିସରେ ଆସି ସାରିଛି ।

ନୂଆ ପ୍ରାଇଭେଟ୍ ରିପ୍ଲାଇ ଫିଚର୍ସର ସାହାଯ୍ୟରେ ୟୁଜର୍ସ ଯଦି ଗ୍ରୁପ୍ ରେ ଚାଟ୍ କରୁଛି । ତେବେ, ସେହି ସମୟରେ ଅନ୍ୟ କୌଣସି ୟୁଜର୍ସଙ୍କୁ ଗ୍ରୁପରେ ପ୍ରାଇଭେଟ୍ ରିପ୍ଲାଇ କରିପାରିବେ, ପୁଣି ତାହା ଅନ୍ୟ ୟୁଜର୍ସଙ୍କୁ ନଜଣାଇ । ଏହା ପୂର୍ବରୁ ଆପଣ ସ୍କ୍ରିନ୍ ଶଟ୍ ନେଇ ସେଣ୍ଡରକୁ ପଠାଉଥିଲେ କିମ୍ବା ତାଙ୍କୁ ଅନ୍ୟ ଉପାୟରେ ଜଣାଉଥିଲେ । ଏବେ ଆପଣ କୌଣସି ବି ମେସେଜକୁ ହ୍ୱାଟସଆପ୍ ଗ୍ରୁପରେ ଦେଖିବା ପାଇଁ ତିନୋଟି ଡଟ୍ ରେ କ୍ଲିକ୍ କରିପାରିବେ ଓ ପ୍ରାଇଭେଟ୍ ରିପ୍ଲାଇ ଅପ୍ସନ୍ କୁ ଦେଖିପାରିବେ । ପ୍ରାଇଭେଟ୍ ରିପ୍ଲାଇ ଅପ୍ସନରେ କ୍ଲିକ୍ କରିବା ପାଇଁ ସେଣ୍ଡରର ଚାଟ୍ ୱିଣ୍ଡୋରେ ମେସେଜ୍ ଓପନ୍ ହୋଇଯିବ । ଏହି ଫିଚର୍ ଠିକ୍ ରିପ୍ଲାଇ ମେସେଜ୍ ଭଳି କାମ କରିବ ।

କେମିତି ଏହି ଫିଚର୍ସର ବ୍ୟବହାର କରିବେ ? :

• ସର୍ବପ୍ରଥମେ ସେଣ୍ଡରର ମେସେଜ୍ କୁ ବାଛନ୍ତୁ ଓ ତା’ପରେ ତିନି ଡଟ୍ ଉପରେ କ୍ଲିକ୍ କରନ୍ତୁ । ଏହା ସାହାଯ୍ୟରେ ଆପଣ ପ୍ରାଇଭେଟ୍ ରେ ରିପ୍ଲାଇ କରିପାରିବେ ।

• ଫିଚରର ସହାୟତାରେ ୟୁଜର୍ସ ଗ୍ରୁପ୍ ରେ ଚାଟିଂ ସମୟରେ ଥିବା ଯେକୌଣସି ବି ନିଜ ସାଙ୍ଗକୁ ପ୍ରାଇଭେଟରେ ମେସେଜ୍ କରିପାରିବେ । ଏହି ଫିଚର ଅନ୍ୟ ମେସେଜ୍ ସର୍ଭିସରେ ଇନକଗନିଟୋ ମୋଡ୍ ରୂପେ ଅଛି । ହ୍ୱାଟସଆପ୍ ର ପ୍ରାଇଭେଟ୍ ରିପ୍ଲାଇ ଫିଚର୍ ଭର୍ସନ ୨.୧୮.୩୩୫ରେ ଉପଲବ୍ଧ ଅଛି ।