ଷ୍ଟାର ଦମ୍ପତ୍ତିଙ୍କ କଳିରେ ନୂଆ ଟ୍ୱିଷ୍ଟ: ମୁହଁ ଖୋଲିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରେୟା, କହିଲେ ନିର୍ଯାତନାର ପୁରା କାହାଣୀ

4,767

କନକ ବ୍ୟୁରୋ: ପ୍ରସିଦ୍ଧା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟାଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ ନେଉଛି । ଶ୍ରେୟା, ହ୍ୟୁମାନଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଉଭୟଙ୍କୁ ସମସ୍ୟାର ସମାଧାନ ପାଇଁ ପୁଲିସ ୪ ଦିନ ସମୟ ଦେଇଥିଲେ ବି ଶ୍ରେୟା ଶନିବାର ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଶ୍ରେୟା ଅଭିଯୋଗ କରିଛନ୍ତି,

-ମଦ ପିଇବାକୁ ବାରଣ କରିବାକୁ ହ୍ୟୁମାନ ମାଡ ମାରୁଥିଲେ
-ହ୍ୟୁମାନ ନିଶାସକ୍ତ ଅବସ୍ଥାରେ ଶୋ କରିପାରନ୍ତି ନାହିଁ
-ଏଥିପାଇଁ ଅନେକବାର ଶୋ ଓ ଗୀତ ରେକର୍ଡିଂ କ୍ୟାନସଲ ହୋଇଛି
-ଧର୍ମ ପରିବର୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା
-ଟିକିଲି ଓ ସିଦୂର ପିନ୍ଧିବାକୁ ବାରଣ କରୁଥିଲେ ଶାଶୁ ଓ ତାଙ୍କ ପରିବାର ଲୋକେ
-ଅଳତା ଲଗାଇବାକୁ ମନା କରୁଥିଲେ ଓ ଭୋଗ ଖାଇବାକୁ ମନା କରୁଥିଲେ । ଏ ସବୁ ଅଭିଯୋଗ ନେଇ ସେ ରବିବାର ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିବେ ।

ଶ୍ରେୟା ଅଭିଯୋଗ କରିଛନ୍ତି, ଝିଅ ଜନ୍ମ ପରେ ତାଙ୍କ ଉପରେ ନିର୍ଯାତନା ବଢିଥିଲା । କିନ୍ତୁ ସ୍ୱାମୀ ସେଲିବ୍ରିଟି ହୋଇଥିବାରୁ ସମସ୍ୟାର ସମାଧାନ କରିଦେଇଥିଲୁ । କିନ୍ତୁ ୬ ମାସ ହେଲା ନିର୍ଯାତନା ବଢିଯାଇଥିଲା । ସମାଧାନ ଉଦ୍ୟମ ବି ବିଫଳ ହୋଇଥିଲା । କିନ୍ତୁ ନିର୍ଯାତନା ଅସହ୍ୟ ହେବାରୁ ସେ ଥାନାକୁ ଯିବାକୁ ବାଧ୍ୟ ହୋଇଛନ୍ତି । ନିଜ ଶାଶୁ ମଦ ପିଉଥିବା ନେଇ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ।

ତେବେ ଦୁଇଦିନ ଭିତରେ ବିବାଦ ବଢିଥିଲେ ବି ସମାଧାନର ସଙ୍କେତ ଦେଇଛନ୍ତି ଶ୍ରେୟା । ସେ କହିଛନ୍ତି, କମ୍ପ୍ରମାଇଜ ହୋଇପାରିବ । ଏଥିପାଇଁ ଶାଶୁଘର ଲୋକେ ହାତ ବଢାନ୍ତୁ । କେବଳ ମିଡିଆରେ କହିଲେ ହେବନି । ସ୍ତ୍ରୀର ଅଧିକାର ମିଳିଲେ ନିଶ୍ଚିତ ସେ ଯିବେ ବୋଲି କହିଛନ୍ତି ଶ୍ରେୟା ସେ କହିଛନ୍ତି, ଏବେ ସେ ନିଜକୁ ସୁରକ୍ଷିତ ମଣୁନାହାନ୍ତି ।

୨୦୧୫ରେ ହ୍ୟୁମାନ ସାଗର ଓ ଶ୍ରେୟା ବିବାହ କରିଥିଲେ । କିନ୍ତୁ ୮ ବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟି ହେବା ଚର୍ଚ୍ଚାର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି, ଶ୍ରେୟାଙ୍କ ସାଂଘାତିକ ଅଭିଯୋଗ ପରେ ବିବାଦ ବଢିବ ନା ସମାଧାନ ରାସ୍ତା ବାହାରିବ