ବଜେଟରେ ମହିଳାଙ୍କ ପାଇଁ ନୂଆ ସ୍କିମ୍ : ‘ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍’ରେ ମିଳିବ ଅଧିକ ସୁଧ

317

କନକ ବ୍ୟୁରୋ : ସଞ୍ଚୟ ପ୍ରୋତ୍ସାହିତ କରିବା ପାଇଁ ଏଥର ବଜେଟରେ ଏକାଧିକ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମଧ୍ୟବିତଙ୍କ ପାଇଁ ଆୟକର ଛାଡ ସୀମାକୁ ବୃଦ୍ଧି କରି ବଡ ଆଶ୍ୱସ୍ତି ଦିଆଯାଇଛି । ନୂଆ ଟିକସ ବ୍ୟବସ୍ଥାରେ ଆକରର ରିହାତି ସୀମାକୁ ୫ ଲକ୍ଷରୁ ବଢାଇ ୭ ଲକ୍ଷ କରାଯାଇଛି ।

ଏହା ବାଦ୍ ୫୦ ହଜାର ଟଙ୍କାର ଷ୍ଟାଣ୍ଡର୍ଡ ଡିଡକ୍ସନ ବ୍ୟବସ୍ଥା ଲାଗୁ କରାଯାଇଛି । ଫଳରେ ବାର୍ଷିକ ସାଢେ ୭ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଦେବାକୁ ପଡିବ ନାହିଁ କୌଣସି ଆୟକର । ଏବେ ନଜର ପକାନ୍ତୁ ସଞ୍ଚୟ ଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ କଣ ସବୁ ନୂଆ ବ୍ୟବସ୍ଥା ବଜେଟରେ ଘୋଷଣା କରାଯାଇଛି ।

ବଜେଟରେ ପ୍ରାବଧାନ
ସଞ୍ଚୟକୁ ପ୍ରୋତ୍ସାହନ

– ମହିଳାଙ୍କ ପାଇଁ ଘୋଷଣା ହୋଇଛି ନୂଆ ସଞ୍ଚୟ ସାର୍ଟିଫିକେଟ୍ ସ୍କିମ୍
– ‘ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍’ରେ ମିଳିବ ଅଧିକ ସୁଧ
– ଏହି ସ୍କିମରେ ୨ ବର୍ଷ ଯାଏଁ ଟଙ୍କା ରଖିଲେ ସର୍ବାଧିକ ୭.୫% ସୁଧ ମିଳିବ
– ବର୍ତମାନ ଏସବିଆଇ ୬.୨୫% ଓ ଆସିଆଇସିଆଇ ୬.୬% ସୁଧ ଦେଉଛନ୍ତି
– ମହିଳା କିମ୍ବା ଶିଶୁକନ୍ୟାଙ୍କ ନାଁରେ ଖୋଲା ଯାଇପାରିବ ଫିକ୍ସ ଡିପୋଜିଟ୍
– ଏହି ସ୍କିମରେ ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏଁ ଜମା କରା ଯାଇପାରିବ
– ଅବଶ୍ୟ ସଞ୍ଚୟ ଖାତାରୁ ଆଂଶିକ ଉଠାଣ ପାଇଁ ଅନୁମତି ରହିଛି
– ସେହିପରି ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ ସୀମାକୁ ଦୁଇଗୁଣା କରାଯାଇଛି
– ପୂର୍ବରୁ ୧୫ ଲକ୍ଷ ଥିବା ସଞ୍ଚୟ ସୀମାକୁ ବଢାଇ ୩୦ ଲକ୍ଷ କରାଯାଇଛି
– ସେହପିରି ମାସିକ ଆୟ ଖାତା ସ୍କିମରେ ଖାତାର ସୀମା ହୋଇଛି ୯ ଲକ୍ଷ
– ଏହି ସ୍କିମରେ ଜଏଂଟ ଖାତାର ସୀମା ୯ ଲକ୍ଷରୁ ବଢି ୧୫ ଲକ୍ଷ ହୋଇଛି