ସଂସଦ ପାଇଁ ନୂଆ ନିୟମ, କଥା ଉପରେ କଟକଣା। ଗୃହରେ ଶବ୍ଦ ବ୍ୟବହାର ପାଇଁ ରହିବ ସଞ୍ଜମତା।

96

କନକ ବ୍ୟୁରୋ: ସମାଲୋଚନା, ବିରୋଧ ଓ ଆକ୍ଷେପ ନାଁରେ ସଂସଦରେ ଏଣିକି ମନ ଇଚ୍ଛା ଶଦ୍ଧ କହିପାରିବେନି ସାଂସଦ । କିଛି ନିଦ୍ଧିଷ୍ଟ ଶବ୍ଦ କହିବା ଉପରେ ଲାଗୁ ହୋଇଛି କଟକଣା । ଏବେ କିଛି ଏଭଳି କିଛି ଶବ୍ଦକୁ ଅବୈଧାନିକ ତାଲିକାରେ ରଖାଯାଇଛି । ଯଦି କେହି ସାଂସଦ ଏହାକୁ ବ୍ୟବହାର କରିବେ ତେବେ ଏହାକୁ ଅସମ୍ବାଧାନିକ ବୋଲି ବିଚାର କରାଯିବ । ଏହି ଶବ୍ଦ ଗୁଡିକ ହେଲା ଜୁମଲାଜୀବୀ, ବାଲବୁଦ୍ଧି, କୋଭିଡ ସ୍ପ୍ରେଡର, ସ୍ପୋପ୍ଗେଟ, ଆସେମଡ୍, ଆବ୍ୟୁଜଡ୍, ବେଟ୍ରେଡ, କରପ୍ଟ, ଡ୍ରାମା, ହିପୋକ୍ରେସି ଓ ଇନକମ୍ପିଟେଣ୍ଟ ।

ଏହ ସବୁ ଶବ୍ଦ ଗୁଡିକୁ ସାଂସଦମାନେ ଉଭୟ ରାଜ୍ୟସଭା ଓ ଲୋକସଭାରେ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଲୋକସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଥିବା ନୂଆ ବୁକଲେଟରେ ଏହା ଦର୍ଶାଇଛି । ଜୁଲାଇ ୧୮ରୁ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେସନରୁ ଏହା ଲାଗୁ କରାଯିବ । ତେବେ ଆଉ କିଛି ଶବ୍ଦ ଉପରେ ମଧ୍ୟ କଟକଟା ଲଗାଯାଇଛି । ଅରାଜକାରୀ, ସକୁନି, ଏକଛତ୍ରବାଦୀ, ତାନାସାହି, ଜୟଚାନ୍ଦ, ବିନାଶ ପୁରୁଷ, ଖଲିସ୍ତାନୀ, ଖୁନ ସେ କ୍ଷେତ, ଦୋହରା ଚରିତ୍ର, ନିକମ୍ମା, ନୌଟଙ୍କୀ, ବିହାରୀ ସରକାର ଶବ୍ଦକୁ ବାରଣ କରାଯାଇଛି ।

ନୂଆ ନିୟମ ଉପରେ ପ୍ରତିକ୍ରିୟା ରଖି ବିରୋଧୀ ନିଜ ନିଜର ମତ ରଖିଛନ୍ତି । ରାଜ୍ୟସଭା ସାଂସଦ ତଥା ଟିଏମସି ନେତା ଡେରେକ ଓବ୍ରିଏନ ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି । ଓବ୍ରିଏନ କହିଛନ୍ତି ସେ ବାରଣ ହୋଇଥିବା ଶଦ୍ଧକୁ ବ୍ୟବହାର କରିବେ, ସରକାର ତାଙ୍କୁ ନିଲମ୍ବନ କରି ଦେଖାନ୍ତୁ । ସେପଟେ ଟିଏମସି ସାଂସଦ ମହୁଆ ମୈତ୍ର ଟୁଇଟ କରି କହିଛନ୍ତି ବିଜେପି ଦେଶକୁ ନଷ୍ଟ କରୁଛି ? ସେହିପରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ମୋଦୀ ସରକାର ବାସ୍ତବତା ବର୍ଣ୍ଣନା କରିବା ପାଇଁ ବ୍ୟବହୃତ କରାଯାଉଥିବା ଶଦ୍ଧକୁ କିଭଳି ଅଣସଂସଦୀୟ ବୋଲି କହୁଛନ୍ତି ।
ସଂସଦରେ ଆପତିଜନକ ଶଦ୍ଧକୁ ହଟାଯିବା ଏକ ନିୟମିତ ପ୍ରକିୟା । ସମୟ ଅନୁସାରେ ଆଗକୁ ଅନେକ ସଂସଦୀୟ ଆଲୋଚନାରୁ ଆଉ କିଛି ଶଦ୍ଧକୁ ବାଦ ଦିଆଯାଇଛି ଓ ଆଗକୁ ଦିଆଯିବ ମଧ୍ୟ । ଅସମ୍ବାଧାନିକ ଶବ୍ଦର ପରିଭାଷା ବିଚାରର ସର୍ବୋଚ୍ଚ କ୍ଷମତା ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖରେ ରହିଛି ।