ଏଣିକି ପ୍ରତିଦିନ ବଦଳିବ ତୈଳ ଦର ! ଜୁନ୍ ୧୬ରୁ ସାରା ଦେଶରେ ଏହି ନିୟମ ହେବ ଲାଗୁ

25

କନକ ବ୍ୟୁରୋ : ଏଣିକି ପ୍ରତିଦିନ ବଦଳିବ ତୈଳ ଦର । ଜୁନ୍ ୧୬ରୁ ସାରା ଦେଶରେ ଏହା ଲାଗୁ ହେବ । ପ୍ରଥମ ପର୍ଯ୍ୟାୟରେ ୫ଟି ସହରରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିଲା । ଏବେ ଏହାକୁ ସାରା ଦେଶରେ ଲାଗୁ କରିବାକୁ ନିଷ୍ପତି ନିଆଯାଇଛି ।

ଆନ୍ତର୍ଜାତୀୟ ତୈଳଦର ଅନୁସାରେ ବଦଳିବ ଦର । ପ୍ରାଥମିକ ପର୍ଯ୍ୟାୟରେ ମେ’ ପହିଲାରୁ ଏହି ଦର ଦେଶର ୫ଟି ସହରରେ ଲାଗୁ କରାଯାଇଥିଲା । ପୁଡୁଚେରୀ, ଆନ୍ଧ୍ରପ୍ରଦେଶର ଭାଇଜାଗ୍, ରାଜସ୍ଥାନର ଉଦୟପୁର, ଝାଡଖଣ୍ଡର ଜାମସେଦପୁର ଏବଂ ଚଣ୍ଡିଗଡ଼ରେ ଏହି ନୂଆ ନିୟମ ପ୍ରଥମେ ଆରମ୍ଭ ହୋଇଥିଲା । ଏବେ ସାରା ଦେଶରେ ଭାରତୀୟ ତୈଳ କମ୍ପାନୀ ଦ୍ୱାରା ଏହି ନିୟମ ଲାଗୁ କରାଯିବ । ଅର୍ନ୍ତଜାତୀୟ ତୈଳ ଦରକୁ ନଜରରେ ରଖି ପ୍ରତି ୧୫ ଦିନରେ ଥରେ ପେଟ୍ରୋଲ ଓ ଡିଜେଲ ଦର ବଦଳିଥାଏ । ଏବେ ଏହା ପ୍ରତିଦିନ ବଦଳିବ ।

ଦେଖନ୍ତୁ ଏହି ଭିଡ଼ିଓ –