ଗୁଜରାଟ ଦଙ୍ଗାକୁ ନେଇ ନୂଆ ଖୁଲ୍ଲାସା। ଅହମଦ ପଟେଲ କରିଥିଲେ ମାଷ୍ଟରପ୍ଲାନ!

202

କନକ ବ୍ୟୁରୋ : ବହୁଚର୍ଚ୍ଚିତ ୨୦୦୨ ଗୁଜରାଟ ଦଙ୍ଗା ଘଟଣାରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଥିବା ମାମଲାର ତଦନ୍ତ କରୁଥିବା ଏସଆଇଟି ଏବେ ସାଂଘାତିକ ଖୁଲ୍ଲାସା କରିଛି । ଦଙ୍ଗା ଘଟଣାରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନା କରିଥିବା ସାମାଜିକ କର୍ମୀ ତିସ୍ତା ସୀତଲଭାଡ ଗିରଫ ହେବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ତିସ୍ତା ଜାମିନ ପାଇଁ ଆବେଦନ କରିଥିବା ସମୟରେ ଏହାକୁ ବିରୋଧ କରି କୋର୍ଟରେ ବଡ ଖୁଲ୍ଲାସା କରିଛି ଏସଆଇଟି ।

ତତକାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଙ୍ଗା ମାମଲାରେ ଫଶାଇବା ପାଇଁ କଂଗ୍ରେସର ପୂର୍ବତନ ବରିଷ୍ଠ ତଥା ଦିବଙ୍ଗତ ନେତା ଅହମଦ ପଟେଲ ଓ ସମାଜକର୍ମୀ ତିସ୍ତା ସୀତଲୱାଡ ମିଳିତ ଷଡଯନ୍ତ୍ର କରିଥିଲେ । ଘଟଣାର ୨୦ ବର୍ଷ ପରେ କୋର୍ଟରେ ଯେଉଁ ଖୁଲ୍ଲାସା କରିଛି ଏସଆଇଟି ତାକୁ ନେଇ ହଇଚଇ ସୃଷ୍ଟି ହୋଇଛି ।

ଏସଆଇଟି କହିଛି ତିସ୍ତା ସୀତଲୱାଡ, ପୂର୍ବତନ ଡିଜିପି ଆରବି ଶ୍ରୀକୁମାର ଓ ପୂର୍ବତନ ଆଇପିଏଏସ ସଂଜୟ ଭଟ୍ଟ ମିଳିତଭାବେ ରାଜନୈତିକ ଅଭିସନ୍ଧି ରଖି କାମ କରିଥିଲେ । ଅହମଦ ପଟେଲଙ୍କ ଇସାରାରେ ତତକାଳୀନ ଗୁଜରାଟ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଚେଷ୍ଟା କରିଥିଲେ । ମୋଦି ଓ କିଛି ନୀରିହ ଲୋକଙ୍କୁ ଫଶାଇବା ପାଇଁ ଉଦ୍ୟମ ହୋଇଥିଲା । ଏହି ସମସ୍ତ ଷଡଯନ୍ତ୍ର ପଛରେ ଅହମଦ ପଟେଲଙ୍କ ହାତ ଥିଲା । ଅହମଦ ପଟେଲଙ୍କ ସହ ପ୍ରଥମ ସାକ୍ଷାତରେ ତିସ୍ତା ୫ଲକ୍ଷ ଟଙ୍କା ନେଇଥିଲେ । ପରେ ୩୦ ଲକ୍ଷ ଟଙ୍କା ନେଇ ମିଛ ସାକ୍ଷୀ ପ୍ରମାଣ ଯୋଗାଡ କରିଥିଲେ । ଅହମଦ ପଟେଲଙ୍କ ସହ ତେସ୍ତା ବାରମ୍ବାର ସିକ୍ରେଟ ମିଟିଂ କରୁଥିଲେ ।

କୋର୍ଟରେ ସତ୍ୟପାଠ ଦାଖଲ କରି ଏସଆଇଟି ଏକଥା ମଧ୍ୟ କହିଛି କି ଦଙ୍ଗା ମାମଲାରେ ବରିଷ୍ଠ ବିଜେପି ନେତାମାନଙ୍କ ନାଁ ଆଣିବା ପାଇଁ ସେ ସମୟରେ ଦିଲ୍ଲୀରେ କ୍ଷମତାସୀନ ଥିବା ସରକାରର ନେତାମାନେ ସୀତଲୱା ସହ ବରାବର ଭେଟୁଥିଲେ ।

ଏତେ ବଡ ଖୁଲ୍ଲାସା ହେବା ପରେ କଂଗ୍ରେସ ନିଜ ପକ୍ଷ ରଖିଛି । ଏସଆଇଟି କଥାକୁ ଖଣ୍ଡନ କରିବା ସହ ବିଜେପି ଉପରେ ବର୍ଷିଛି ଦଳ । ଜଣେ ଦିବଙ୍ଗତ ନେତାଙ୍କ ଉପରେ ମଧ୍ୟ ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ପାଇଁ ବିଜେପିକୁ କିଭଳି ବିବେକ ବାଧା ଦେଲାନି?

କିଛି ଦି ପୂର୍ବରୁ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଥିବା କ୍ଲିନଚିଟକୁ କାୟମ ରଖିଥିଲେ ସୁପ୍ରିମକୋର୍ଟ । ଏହାର ଠିକ ଦିନକ କରେ ତେସ୍ତା ସୀତଲୱାଡ ଓ ଅନ୍ୟ ୨ଜଣଙ୍କୁ ଗିରଫ କରାଯାଇଥିଲା । ସବୁଠୁ ରୋଚକ କଥା ହେଉଛି ୨୦୦୭ ମସିହାରେ ସୀତଲଭାଡଙ୍କୁ କେନ୍ଦ୍ର ସରକାର ୨୦୦୨ରେ ସେ କରିଥିବା କାମ ପାଇଁ ପଦ୍ମଶ୍ରୀ ସମ୍ନାନରେ ସମ୍ମାନୀତ କରିଥିଲେ