କନକ ବ୍ୟୁରୋ : ପ୍ରାୟତଃ ସବୁ ବର୍ଗର ଲୋକଙ୍କ ଦୂର ଯାତ୍ରା ପାଇଁ ରେଳଯାତ୍ରା କରିଥାନ୍ତି । କୌଣସି ସ୍ଥାନକୁ ଯିବା ପୂର୍ବରୁ କରାଯାଇଥିବା ଯୋଜନା ଅନୁଯାୟୀ ଲୋକେ ଆଗୁଆ ଟିକେଟ କାଟିଥାନ୍ତି  । କିନ୍ତୁ ଶେଷ ମୁହୂର୍ତ ଯୋଜନା ବଦଳି ଯାଇଥାଏ । କିମ୍ବା କୌଣସି କାରଣ ବଶତଃ ଲୋକେ ଟିକେଟକୁ ବାତିଲ କରିବାକୁ ବାଧ୍ୟ ହୋଇଥାନ୍ତି । ଯଦି ଆପଣଙ୍କର ଟିକେଟ କନଫର୍ମ ହୋଇଛି ତାହେଲେ ଟଙ୍କା ଫେରସ୍ତ ପାଇପାରିବେ ନାହିଁ । ଏଭଳି ପରିସ୍ଥିତିରେ ଟିକେଟ ଟଙ୍କ ଜମା ରିଫଣ୍ଡ ପାଇପାରିବେ ନାହିଁ । ଟିକେଟର ପୁରା ଟଙ୍କା ଆପଣଙ୍କୁ ହରାଇବାକୁ ପଡ଼ିବ । ତେବେ ଅନେକଥର କିଛି ଲୋକ ଶ୍ରୀଘ୍ର ଅନଲାଇନ ଟିକେଟ ବୁକିଂ ସମୟରେ ସଠିକ ନାମ ଟାଇପ ପରିବର୍ତେ ଭୁଲ କରି ଦେଇଥାନ୍ତି । ଏହି ଭୁଲ ପାଇଁ ମଧ୍ୟ ଯାତ୍ରା କରିପାରିବେ ନାହିଁ । ଅନେକ ସମୟରେ ଏଭଳି କାରଣ ପାଇଁ ଯାତ୍ରୀମାନେ ବହୁ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଥାନ୍ତି । ଶେଷରେ ବାଧ୍ୟ ହୋଇ ଟିକେଟକୁ ମଧ୍ୟ ବାତିଲ କରିବାକୁ ପଡ଼ିଥାଏ ।

Advertisment

ତେବେ ଏଭଳି କିଛି ଟିକେଟ ରହିଛି ଯାହା ପାଇଁ ବାତିଲ କରିବା ପରେ ମଧ୍ୟ ଟଙ୍କା ଫେରସ୍ତ ପାଇପାରିବେ । ଯଦି ଆପଣ କନଫର୍ମ ତକ୍ରାଳ ଟିକେଟ ବାତିଲ କରନ୍ତି ତାହେଲେ କୌଣସି ଟଙ୍କା ପାଇପାରିବେ ନାହିଁ । ଏହାସହ ଟ୍ରେନର ଚାର୍ଟ ପ୍ରସ୍ତୁତ ହେବା ପରେ ଯଦି ଆପଣ କନଫର୍ମ ଟିକେଟକୁ ବାତିଲ କରନ୍ତି ତାହେଲେ ମଧ୍ୟ ଟଙ୍କା ଫେରସ୍ତ ପାଇପାରିବେ ନାହିଁ ।

ଯଦି ଆପଣଙ୍କ ଟିକେଟ ନିଶ୍ଚିତ ହୋଇଛି ଏବଂ ଶେଷ ମୁହୂର୍ତରେ ନଯିବାକୁ ଚାହୁଁଛନ୍ତି ତାହେଲେ ଆପଣ ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ ଟିକେଟକୁ ସ୍ଥାନାନ୍ତର କରିପାରିବେ । ବାପା, ମା,ଭାଇ ଭଉଣୀ କିମ୍ବା ପୁଅ ଝିଅଙ୍କ ନାମକୁ ସ୍ଥାନାନ୍ତର କରିପାରିବେ । ତେବେ ଏହି ଟିକେଟ ସ୍ଥାନାନ୍ତର ପାଇଁ ଷ୍ଟେସନରେ ଟିକେଟ କାଉଂଟରର ସାହାର୍ଯ୍ୟ ନେବାକୁ ପଡ଼ିବ । ଟ୍ରେନ ଛାଡ଼ିବାର ୨୪ ଘଂଟା ପୂର୍ବରୁ ଟିକେଟ କାଉଂଟରରୁ ଯାତ୍ରୀଙ୍କ ବିବରଣୀ ପରିବର୍ତନ କରିପାରିବେ । ଯଦି ଆପଣ କାଉଟରରୁ କିମ୍ବା ଅନଲାଇନ ଟିକେଟ ବୁକ କରିଛନ୍ତି ଏଥିରେ ନାମ ପରିବର୍ତନ କରିବା ପାଇଁ ଷ୍ଟେସନ କାଉଂଟରକୁ ଯିବାକୁ ପଡ଼ିବ । ଏଥିପାଇଁ ଟିକେଟର ପ୍ରିଂଟ ଆଉଟ ଏବଂ ସେହି ବ୍ୟକ୍ତିଙ୍କ ଅରିଜନାଲ ଆଇଡି ସହ ଯାହାଙ୍କ ନାମ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ତାଙ୍କର ଫଟୋଗ୍ରାଫ ସହ ଟିକେଟ କାଉଂଟରକୁ ଯିବାକୁ ପଡ଼ିବ । ଏହାପରେ ଅନଲାଇନ କିମ୍ବା ଟିକେଟ କାଉଂଟରରୁ ନିଆଯାଇଥିବା ଟିକେଟରେ ନାମ ପରିବର୍ତନ କରାଯିବ । ଯାହାଫଳରେ ଆପଣ ଯଦିଓ ଟଙ୍କା ଫେରସ୍ତ ପାଇନପାରନ୍ତି କିନ୍ତୁ ପରିବାରର ଅନ୍ୟ ସଦସ୍ୟ ଯାଇପାରିବେ ।