ରିଏଲିଟି ସୋ ବିଗ୍ ବସ୍ ସିଜିନ ୧୦ର ପ୍ରୋମୋସୋନାଲ ଭିଡିଓ ରିଲିଜ ହୋଇଛି । ଏହି ଭିଡିଓରେ ସଲମାନ ଖାନଙ୍କୁ ଏକ ନୂଆ ଲୁକରେ ଦର୍ଶକ ଦେଖିପାରିବେ । ହଲିଉଡ ଅଭିନେତା ଇଣ୍ଡିଆନା ଜୋନ୍ସଙ୍କ ଗେଟ ଅଫ ଦ୍ୱାରା ଅନୁପ୍ରାଣିତ ହୋଇ ସଲମାନ ତାଙ୍କର ନୂଆ ଲୁକରେ ଆସିଛନ୍ତି । କଲର୍ସ ଚ୍ୟାନେଲରେ ପ୍ରସାରିତ ବିଗ୍ ବସ୍ ରିଏଲିଟି ସୋରେ ସବୁବେଳେ ସଲମାନ ନିଜ ଉପସ୍ଥାପନ ଶୈଳୀ ଏବଂ ଲୁକ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି , ଏବଂ ଯାହାକି ଚ୍ୟାନେଲକୁ ଟିଆରପି ରେସରେ ମଧ୍ୟ ଆଗୁଆ କରିଥାଏ ।
ପ୍ରତ୍ୟକ ବିଗ୍ ବସ୍ ସିଜନ କିଛି ନୂଆ ତଥ୍ୟକୁ ନେଇ ପ୍ରସାରିତ ହୋଇଥାଏ । କିଛି ଚିହ୍ନା ସେଲିବ୍ରିଟି ଏଥିରେ ନଜର ଆସିଥାନ୍ତି । ଏଥର ସେଲିବ୍ରିଟି ମାନେ ସାଧାରଣ ଲୋକଙ୍କ ସହିତ ପ୍ରତିଯୋଗିତା କରିବେ । ଅକ୍ଟୋବର ୧୬ରେ ବିଗ୍ ବସର ପ୍ରିମିୟର କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/bigg-boss-7592.jpg)