ଆଜି ୨୩ ଜିଲ୍ଲାରୁ ୬୧୬ ନୂଆ ପଜିଟିଭ । ସଂଗରୋଧ କେନ୍ଦ୍ରରୁ ୪୧୫ ଏବଂ ସ୍ଥାନୀୟ ଅଂଚଳରୁ ୨୦୧ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାର ୭୩୭କୁ ବୃଦ୍ଧି

1,429

କନକ ବ୍ୟୁରୋ: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି କରୋନା । ଦିନ ପ୍ରତି ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଆଜି ମଧ୍ୟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ରହିଛି । ଗତ ୨୪ ଘଂଟା ଭିତରେ ରାଜ୍ୟରେ ୬୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ରାଜ୍ୟର ୨୩ ଜିଲ୍ଲାରୁ ୬୧୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୧୫ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ହେଉଛନ୍ତି ସ୍ଥାନୀୟ ଅଂଚଳର । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ହଜାର ୭୩୭କୁ ବୃଦ୍ଧି ପାଇଛି ।