କରୋନା ଗତିରେ ଲାଗୁନି ବ୍ରେକ୍ । ଦିନକରେ ୪ ହଜାର ୩୩୦ ଆକ୍ରାନ୍ତ, ୧୦ ମୃତ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୭୯ ହଜାର ୮୮୦କୁ ବୃଦ୍ଧି

371

କନକ ବ୍ୟୁରୋ: ରାଜ୍ୟରେ ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ସାରା ରାଜ୍ୟରୁ ଆଜି ପୁଣି ୪ ହଜାର ୩୩୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଆଜି ଆଉ ୧୦ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ଶହ ୧କୁ ବୃଦ୍ଧି ପାଇଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ହଜାର ୫୫୬ ଜଣ ଆକ୍ରାନ୍ତ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ବାକି ୧୭୭୪ ଜଣ ରୋଗୀ ହେଉଛନ୍ତି ସ୍ଥାନୀୟ ଅଂଚଳର ।

ସେପଟେ ଦେଶରେ ୫୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା । ମୃତ୍ୟୁ ସଂଖ୍ୟା ଟପିଲା ୮୬ ହଜାର । ଆଜି ଦେଶର କରୋନା ଆକ୍ରାନ୍ତଙ୍କୁ ନେଇ ଏପରି ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତ ୨୪ ଘଂଟାରେ ସାରା ଦେଶରେ ୯୨ ହଜାର ୬୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫୪ ଲକ୍ଷ ୬୧୯କୁ ବୃଦ୍ଧି ହୋଇଛି । ସେହିପରି ଗତ ୨୪ ଘଂଟାରେ ସାରା ଦେଶରେ ୧୧ ଶହ ୩୩ ଜଣ ଆକ୍ରାନ୍ତଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୮୬ ହଜାର ୭୫୨କୁ ବଢିଛି । ଦେଶରେ ବର୍ତମାନ ୧୦ ଲକ୍ଷ ୧୦ ହଜାର ୮୨୪ ଆକ୍ଟିଭ୍ କେସ୍ ରହିଛି । ୪୪ ଲକ୍ଷ ୩ ହଜାର ୪୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।