ରାଜ୍ୟରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ: ୧୪ ଜିଲ୍ଲାରୁ ୧୭୩ କରୋନା ପଜିଟିଭ ଠାବ; ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରେ ଥିଲେ ୧୫୦, ଅନ୍ୟ ୨୩ ଆକ୍ରାନ୍ତ ସ୍ଥାନୀୟ ଲୋକ

1,989

କନକ ବ୍ୟୁରୋ:  ରାଜ୍ୟରେ ଥମୁନି କରୋନା  ମହାମାରୀରର ଆତଙ୍କ । ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ୧୭୩ ଜଣଙ୍କ ଦେହରେ ମିଳିଛି କୋଭିଡ୍-୧୯ ଭୁତାଣୁ । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡିଶାରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି ।

୧୪ଟି ଜିଲ୍ଲାରୁ ଆଜି ସର୍ବାଧିକ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଗଂଜାମ ଜିଲ୍ଲାରୁ ୬୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୧୯, ଖୋର୍ଦ୍ଧାରୁ ୯, ଝାରସୁଗୁଡାରୁ ୧, ନୟାଗଡରୁ ୭, କଟକରୁ ୧୩, ମୟୁରଭଂଜରୁ ୧୩, ଭଦ୍ରକରୁ ୪, କଳାହାଣ୍ଡିରୁ ୨, ଗଜପତିରୁ ୧୦, ବଲାଙ୍ଗିରରୁ ୧୧, ବାଲେଶ୍ୱରରୁ ୧୧, ପୁରୀରୁ ୧ ଏବଂ ନୂଆପଡାରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ,  ନୂଆ ୧୭୩ କରୋନା  ସଂକ୍ରମିତଙ୍କ ମଧ୍ୟରୁ ୧୫୦ ଜଣ ଆକ୍ରାନ୍ତ କ୍ୱାରେଂଟନ ସେଂଟରରୁ ଚିହ୍ନଟ ହୋଇଥିବା  ବେଳେ ଅନ୍ୟ ୨୩ ଜଣ ଲୋକାଲ୍ କେସ୍ ରହିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୧୬ ଶହ ୪ ଜଣ ଆକ୍ରାନ୍ତ କୋଭିଡ-୧୯ ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୬୭ ଜଣ କରୋନା ସଂକ୍ରମିତ ବର୍ତ୍ତମାନ ବିଭିନ୍ନ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।