ରାଜ୍ୟରେ ବଢୁଛି କରୋନା ସଂକ୍ରମଣ : ଦିନକରେ ଆଉ ୧୬୧ ଆକ୍ରାନ୍ତ ଚିହ୍ନଟ, କେବଳ ଖୋର୍ଦ୍ଧାରୁ ୬୦ ପଜିଟିଭ

91

କନକ ବ୍ୟୁରୋ : ରାଜ୍ୟରେ ବଢିଲା ଦୈନିକ କରୋନା ସଂକ୍ରମଣ । ୨୪ଘଣ୍ଟାରେ ୧୬୧ ନୂଆ ସଂକ୍ରମିତ ଚିହ୍ନଟ । ସଙ୍ଗରୋଧରୁ ୯୫ ଓ ସ୍ଥାନୀୟ ଅଞ୍ଚଳରୁ ୬୬ ଚିହ୍ନଟ । ୧୮ବର୍ଷରୁ କମ୍ ବୟସ ବର୍ଗରେ ୨୪ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୦, କଟକରୁ ୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱରରୁ ୮, ଭଦ୍ରକ, ଜଗତସିଂହପୁର, ଝାରସୁଗୁଡାରୁ ୩ଜଣ ଲେଖାଏଁ, ଯାଜପୁର ୨, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ସମ୍ବଲପୁରରୁ ଜଣେ ଲେଖାଏଁ, ପୁରୀ ଓ ରାଜୟଗଡାରୁ ୫ଜଣ ଲେଖାଏଁ, ସୋନପୁର ୮, ସୁନ୍ଦରଗଡ ୧୩ ଏବଂ ଷ୍ଟେଟପୋଲରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୨୯ରେ ପହଞ୍ଚିଲା ।