ରାଜ୍ୟରେ ୧୦୦ ଟପିଲା ଦୈନିକ କରୋନା ସଂକ୍ରମଣ : ୨୪ ଘଣ୍ଟାରେ ୧୧୩ ନୂଆ ଆକ୍ରାନ୍ତ ଚିହ୍ନଟ

117

କନକ ବ୍ୟୁରୋ : ରାଜ୍ୟରେ ୧୦୦ ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ଘଣ୍ଟାରେ ୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରେ ୬୭ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋଦ୍ଧାରୁ ସର୍ବାଧିକ ୬୫, କଟକରୁ ୨୧ ନୂଆ ଆକ୍ରାନ୍ତ ଚିହ୍ନଟ ।

ସେହିପରି ଯାଜପୁର ୨, ପୁରୀରୁ ଜଣେ, ସମ୍ବଲପୁର ୪, ସୁନ୍ଦରଗଡ୬ ଏବଂ ଷ୍ଟେଟପୋଲରୁ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ୧୨ଲକ୍ଷ ୮୯ ହଜାର ୪୪୧ ରହିଛି । ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୭୯ ହଜାର ୭୪୫ଜଣ । ଏବେ ସକ୍ରିୟ ସଂକ୍ରମିତ ଅଛନ୍ତି ୫୧୭ ଜଣ ।