ରାଜ୍ୟର କରୋନା ମିଟର ଉପରମୁହାଁ । କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ?

335

କନକ ବ୍ୟୁରୋ : ଦିନକୁ ଦିକ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଜି ପୁଣି ହଜାରେ ଉପରେ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ଘଣ୍ଟାରେ ୧୧୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୬୪ ଜଣ ଚିହ୍ନଟ ହୋଇଛନ୍ତି । ୧୮ରୁ କମ୍ ବୟସ ବର୍ଗରୁ ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ସେହିପରି ଅନୁଗୁଳ ୧, ବାଲେଶ୍ୱର ୧୨, ବରଗଡ ୮, ଭଦ୍ରକ ୧୨, ବଲାଙ୍ଗୀର ୧୨, ବୌଦ୍ଧ ୬, କଟକ ୧୩୨, ଦେବଗଡ ୭, ଢେଙ୍କାନାଳ ୨, ଗଜପତି ୧୧, ଗଞ୍ଜାମ ୨, ଜଗତସିଂହପୁର ୨୦, ଯାଜପୁର ୨୬, ଝାରସୁଗୁଡା ୨୫, କଳାହାଣ୍ଡି ୧୩, କନ୍ଧମାଳ ୩, କେନ୍ଦ୍ରାପଡା ୧୧, କେନ୍ଦୁଝର ୧୦, କୋରାପୁଟ ୬, ମୟୂରଭଞ୍ଜ ୫୩, ନବରଙ୍ଗପୁର ୭, ନୟାଗଡ ୧୪, ନୂଆପଡା ୧୩, ପୁରୀ ୨୪, ରାୟଗଡା ୧୦, ସମ୍ବଲପୁର ୬୫, ସୋନପୁର ୪୨, ସୁନ୍ଦରଗଡ ୧୯୭ ଓ ଷ୍ଟେଟ ପୋଲରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬ହଜାର ୭୦୧ରେ ପହଞ୍ଚିଲାଣି ।