କନକ ବ୍ୟୁରୋ : ଗଣେଶ ପୂଜାରୁ କାର୍ଯ୍ୟକ୍ଷମ ହେବ ନୂଆ ସଂସଦ ଭବନ । ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ୧୮ ତାରିଖରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ । ଏହା ପରେ ୧୯ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବଶେନ ଚାଲିବ । ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ବିଲଡିଂକୁ ମ୍ୟୁଜିୟମ୍ ଅଫ୍ ଡେମୋକ୍ରେସି ବା ଗଣତନ୍ତ୍ର ସଂଗ୍ରହାଳୟକୁ କରାଯିବ । ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିଥିଲେ । ୯୭୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୨୯ ମାସରେ ଏହି ନୂଆ ବିଲଡିଂକୁ ତିଆରି କରାଯାଇଛି   ।

Advertisment