ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ବିଜ୍ଞପ୍ତି । ଡେଡଲାଇନ୍ ଭିତରେ ବୁକିଂ କରିଥିଲେ ପଡ଼ିବନି ଫାଇନ୍

185

କନକ ବ୍ୟୁରୋ: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଆସିଛି ନୂଆ ବିଜ୍ଞପ୍ତି । ଅକ୍ଟୋବର ପହିଲାରୁ ରାଜ୍ୟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନିୟମକୁ କଡାକଡି କରିବାକୁ ଯାଉଛି ପରିବହନ ବିଭାଗ । ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନଥିଲେ ଫାଇନ୍ ଗଣିବା ନିୟମ ଅଛି । ହେଲେ ନୂଆ ବିଜ୍ଞପ୍ତି ଅନୁସାରେ ଆପଣ ଧାର୍ଯ୍ୟ ସମୟରେ ନମ୍ବର ପ୍ଲେଟ ପାଇଁ ବୁକିଂ କରିଥିଲେ ଫାଇନ୍ ଦେବାକୁ ପଡ଼ିବ ନାହିଁ । ଚେକିଂ ବେଳେ ବୁକିଂ କରିଥିବା ସ୍ଲିପ୍ ଦେଖାଇ ଫାଇନରୁ ଛାଡ ପାଇବେ ଗାଡି ମାଲିକ ।

ରାଜ୍ୟ ପରିବହନ ନିଗମର ନିଷ୍ପତ୍ତି ଅନୁସାରେ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିନଥିଲେ ଅକ୍ଟୋବର ୧ରୁ ଦେବାକୁ ପଡିବ ଫାଇନ୍ । ୨୦୧୯ ଏପ୍ରିଲ ୧ ତାରଖ ପୂର୍ବରୁ କିଣାଯାଇଥିବା ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । ଗାଡି ନମ୍ବରର ଶେଷ ଅଙ୍କ ୧, ୨, ୩ କିମ୍ବା ୪ ହୋଇଥିଲେ ସେପ୍ଟେମ୍ବର ୩୦ ସୁଦ୍ଧା ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ କୁହାଯାଇଥିଲା । ଆଜି ଏ ସଂପର୍କିତ ଏକ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରୁ ଜଣାପଡୁଛି ସ୍ଲଟ୍ ବୁକିଂ କରିଥିଲେ ଫାଇନରୁ ବର୍ତ୍ତିପାରିବେ ଗାଡି ମାଲିକ ।

ନମ୍ବର ପ୍ଲେଟକୁ  ନେଇ ନୂଆ ବିଜ୍ଞପ୍ତି

-ନୂଆ ନମ୍ବର ପ୍ଲେଟ୍ ପାଇଁ ଅନଲାଇନ୍ ବୁକିଂ ବଢି ଯାଇଥିବାରୁ ହେଉଛି ସମସ୍ୟା

-ଶେଷ ମୁହୂର୍ତ୍ତରେ ବୁକିଂ କରୁଥିବା ଗାଡି ମାଲିକଙ୍କୁ ଡେଡ୍ଲାଇନ ପରେ ମିଳୁଛି ସ୍ଲଟ୍ 

-ତେଣୁ ଅନଲାଇନ ବୁକିଂ କରି ସ୍ଲଟ ପାଇଥିଲେ ଫାଇନରୁ ବର୍ତ୍ତି ପାରିବେ ଗାଡି ମାଲିକ

-ଚେକିଂ ସମୟରେ ଦେଖାଇବାକୁ ପଡିବ ଅନଲାଇନରେ ବୁକିଂ କରିଥିବା ସ୍ଲିପ୍ 

-କିନ୍ତୁ ଚେକିଂ ସମୟରେ ଗାଡିର ଅନ୍ୟାନ୍ୟ ବୈଧ ପ୍ରମାଣପତ୍ର ଦେଖାଇବାକୁ ହେବ

ତେବେ ଅନ୍ୟ ଗାଡି ନମ୍ବର ପାଇଁ ଏହି ରିହାତି ଦିଆଯାଇନାହିଁ । ଅର୍ଥାତ ୫ ଓ ୬ରେ ଶେଷ ହେଉଥିବା ଗାଡି ନମ୍ବର ପାଇଁ ଅକ୍ଟୋବର ୩୧ ଡେଡଲାଇନ୍ । ଶେଷ ଅଙ୍କ ୭ କିମ୍ବା ୮ ଥିଲେ ନଭେମ୍ବର ୩୦ ସୁଦ୍ଧା ଲଗାଇବେ ଏଚଏସଆରପି । ୯ ଓ ୦ରେ ଗାଡି ନମ୍ବର ଶେଷ ହେଉଥିଲେ ୩୧ ଡିସେମ୍ବର ସୁଦ୍ଧା ଲଗାଇବେ ନୂଆ ନମ୍ବର ପ୍ଲେଟ୍ ।

୧ ଓ ୨ରେ ଶେଷ ହେଉଥିବା ଗାଡି ନମ୍ବର ପାଇଁ ଅଗଷ୍ଟ ୩୧ ଡେଡଲାଇନ ରଖାଯାଇଥିଲା । ରାଜ୍ୟରେ ଲଘୁଚାପ ଜନିତ ବନ୍ୟା କାରଣରୁ ଏହାକୁ ବଢାଇ ୩୦ ସେପ୍ଟେମ୍ବର କରାଗଲା । ଏବେ ଏହାକୁ ପୁଣି କିଛିଟା କୋହଳ କରିଛନ୍ତି ରାଜ୍ୟ ପରିବହନ କର୍ତୃପକ୍ଷ । ତେବେ ତଥାପି ଗାଡି ମାଲିକଙ୍କ ଭିତରେ କେତେକ ଅସମାହିତ ପ୍ରଶ୍ନ ରହିଛି, ଯାହାର ଉତ୍ତର ରାଜ୍ୟ ପରିବହନ କର୍ତୃପକ୍ଷ ସ୍ପଷ୍ଟ କରିବା ଦରକାର । ଉଦାହଣ ସ୍ୱରୂପ…

-ଯେଉଁ କମ୍ପାନିର ସୋ’ରୁମ ବନ୍ଦ ହୋଇସାରିଛି ସେଠାରେ ସ୍ଲଟ ମିଳିଥିଲେ ନମ୍ବରପ୍ଲେଟ୍ କେମିତି ପାଇବେ ଗାଡି ମାଲିକ?

-ଏଭଳି ସ୍ଥିତିରେ ତୃତୀୟ ପକ୍ଷକୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯୋଗାଣ ପାଇଁ ବନ୍ଦୋବସ୍ତ କରିବା କଥା ନୁହେଁ କି?