ଅପରାଧୀଙ୍କୁ ଧରିବାର ନୂଆ ତରିକା ! ମୋବାଇଲ ଆପ୍ ଦ୍ୱାରା ଚୋରଙ୍କୁ ଧରୁଛି ପୁଲିସ୍

56

ଚେନ୍ନାଇ: ଚେନ୍ନାଇ ପୋଲିସ ବର୍ତ୍ତମାନ ମୋବାଇଲରେ ଅପରାଧୀଙ୍କ ଚେହେରା ସ୍କାନ କରି ଦୋଷୀ ଚିହ୍ନଟ କରୁଛନ୍ତି। ସିସି ଟିଭି କ୍ୟାମେରାରେ ଚେହେରା ଚିହ୍ନଟର ସଫଳ ପରୀକ୍ଷଣ ପରେ ଚେନ୍ନାଇ ପୋଲିସ ଏହାକୁ ବିକାଶିତ କରି ମୋବାଇଲ ଆପ ପ୍ରସ୍ତୁତ କରିଛି। ଫେସ ଟାଗର ନାମକ ଏକ ମୋବାଇଲ ଆପ ଲଞ୍ଚ ହୋଇଛି, ଯାହା ଦ୍ୱାରା ଜଣଙ୍କ ଚେହେରା ସ୍କାନ କରାଯାଇ, କିଛି ସେକେଣ୍ଡ ମଧ୍ୟରେ ସେ ଦୋଷୀ କି ନୁହଁ, ତାହା ଚିହ୍ନଟ କରାଯାଇପାରୁଛି । ନଭେମ୍ବର ୧ ତାରିଖରେ ଏହି ଆପ ଲଞ୍ଚ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୫ଟି କେସର ସଫଳ ସମାଧାନ ହୋଇ ସାରିଛି।

ଆମେ ଫେସ ଟାଗର ଆପ ଟି ନଗର ଅଞ୍ଚଳର ୫୦୦ ପୋଲିସ କର୍ମଚାରୀ ତଥା ନୀରକ୍ଷକ, ଉପନୀରକ୍ଷକ ଓ ପୋଲିସ କର୍ମଚାରୀଙ୍କ ମୋବାଇଲରେ ଲେଡ୍ କରିଛୁ। ଏହା ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ୫ଟି କେସର ସଫଳ ସମାଧାନ ହୋଇ ସାରିଛି ବୋଲି କହନ୍ତି ଡ଼େପୁଟି ପୋଲିସ କମିସନର ଏସ.ଅରବିନ୍ଦ । ଆପଟି କେବଳ ୧୦ ମେଗାବାଇଟ (ଏମବି) ସ୍ଥାନ ମୋବାଇଲେ ନେଇଥିବା ବେଳେ , ଏଥିରେ ଦୋଷୀ ମାନଙ୍କର ୧୬ଟି ବିଭାଗ ରହିଛି । ଅଭିଯୁକ୍ତଙ୍କୁ ଚୋରି, ଡ଼କାୟତି,ଦୁଷ୍କର୍ମକାରୀ ଓ ଅନ୍ୟ ଅପରାଧ ଆଦି ଭାଗରେ ବିଭକ୍ତ କରାଯାଇଛି। ଆପଟିରେ ଚେହେରା ଥରେ ସ୍କାନ କଲା ପରେ ସେ ଚେହେରା ସମ୍ବନ୍ଧୀୟ ସମସ୍ତ ସବିଶେଷ ତଥ୍ୟ ଆସି ଯାଇଥାଏ। ଯଦି ଚେହେରା ସ୍କାନ ହୋଇଥିବା ଅପରାଧି ଙ୍କର କୌଣସି ପୂର୍ବ ପୋଲିସ ରେକର୍ଡ଼ ଥାଏ , ତେବେ ସମସ୍ତ ତଥ୍ୟ ପ୍ରକାଶ ହୋଇଯାଇଥାଏ।

ଆପର ଡ଼ାଟାବେସରେ ପୂର୍ବରୁ ହିଁ ଗତ ୪ ବର୍ଷର ୧୨,୦୦୦ ଅପରାଧୀଙ୍କ ତଥ୍ୟ ଭର୍ତ୍ତି କରାଯାଇଛି। ପୋଲିସର ଆଖିରୁ କୌଣସି ଅପରାଧି ଖସି ନଯିବେ ସେଥିପାଇଁ ଏଥିରେ ଆଉ ୪୦୦୦୦ ଅପରାଧୀଙ୍କ ରେକର୍ଡ ଲୋଡ଼ କରାଯିବ ବୋଲି ସ୍ଥିର କରାଯାଇଛି। ସେହି ଅପରାଧୀଙ୍କ ତଥ୍ୟର ଏକ ତାଲିକା ଷ୍ଟେଟ କ୍ରାଇମ୍ ରେକଡ଼ ବ୍ୟୁରୋ(ଏସସିଆରବି) ଦ୍ୱାରା ପ୍ରସ୍ତୁତ କରାଯିବ ବୋଲି ଚେନ୍ନାଇ ପୋଲିସ କମିସନର ଏ କେ ବିଶ୍ୱନାଥନ୍ । ଚେହେରା ଚିହ୍ନଟ ଆପ ଏବଂ କ୍ୟାମେରା ଦ୍ୱାରା ପୋଲିସଙ୍କୁ ହଜିଯାଇଥିବା ଛୁଆଙ୍କୁ ପାଇବାରେ ବହୁ ସାହାଯ୍ୟ ହେବ ବୋଲି ଆଶା କରାଯାଇଛି।

ଏବେ କେବଳ ଚେନ୍ନାଇର ତଥ୍ୟ ଥିଲେ ହେଁ ଏହି ଆପରେ ଥିବା ଡ଼ାଟାବେସରେ ସାରା ଦେଶର ଅପରାଧୀଙ୍କର ତଥ୍ୟ ରଖିହେ। ବର୍ତ୍ତମାନ ଏହାକୁ ଆଣ୍ଡରୋଏଡ୍ ମୋବାଇଲକୁ ଡ଼ାଉନଲୋଡ଼ କରିବାର ସୁବିଧା ରହିଥିବା ବେଳେ, ବହୁ ଶୀଘ୍ର ଏହାକୁ ଆପଲ ଷ୍ଟୋରରେ ମଧ୍ୟ ଉପଲବ୍ଧ କରାଯିବ।

(ସୌଜନ୍ୟ- ଦ ବେଟର ଇଣ୍ଡିଆ)