ଓଜନ କମାଇବାର ଫର୍ମୂଲା । ଆସୁଛି ନୂଆ ମହୌଷଧୀ, ମନପସନ୍ଦର ଖାଦ୍ୟ ଖାଇବାରେ ଲାଗିବନି ବ୍ରେକ

86

ଶରୀରର ଓଜନକୁ ନେଇ ଏବେ ଅଧିକାଂଶ ଲୋକ ଚିନ୍ତିତ । କିପରି ଓଜନ କମିବ ସେନେଇ ବିଭିନ୍ନ ଉପାୟ ଆପଣାଇଥାନ୍ତି ଲୋକ । ଏପରିକି କିଛି ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବା ପାଇଁ ଖାଇବା କମାଇ ଦେଇଥାନ୍ତି ବା ଭୋକରେ ରହିଥାନ୍ତି । କିନ୍ତୁ ଏହାପାଇଁ ମଧ୍ୟ ମହୋଷଧି ବଜାରକୁ ଆସିଛି । ବୈଜ୍ଞାନିକ ମାନେ ଏପରି ଏକ ଔଷଧକୁ ବିକଶିତ କରିଛନ୍ତି ଯାହା ମଣିଷକୁ ଭୋକିଲା ନ ରଖି ମଧ୍ୟ ଓଜନ କମାଇବାରେ ସାହାର୍ଯ୍ୟ କରିବ । ଏପରିକି ଶରୀରରେ ଥିବା ଚର୍ବିକୁ ମଧ୍ୟ ଶେଷ କରିଦେବ ।

how-to-lose-belly-fatଗବେଷଣାରୁ ଜଣା ପଡିଛି, ଏହି ଔଷଧ ଶରୀରର ଫ୍ୟାଟ ସେଲରେ ମେଟାବେଲିଜମ ବଢାଇବା ସହ ଶରୀରର ଅତିରିକ୍ତ ଚର୍ବିକୁ ନଷ୍ଟ କରିଦେବ । ଅଧ୍ୟୟନକର୍ତ୍ତାଙ୍କ କହିବା ଅନୁଯାୟୀ, ଫ୍ୟାଟ ସେଲ ବ୍ରେକ କ୍ରିୟାକୁ ରୋକିବା ପାଇଁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯାହା କୋଷ ଭିତରେ ମେଟାବେଲିଜମ ବଢିବାରେ ସାହାଯ୍ୟ କରେ । ମେଟାବେଲିଜମ ବଢିବା ଦ୍ୱାରା ମୋଟାପଣ ଓ ମେଟାବୋଲିକ ସମ୍ବନ୍ଧୀୟ ରୋଗକୁ ଦୂର କରାଯାଇପାରିବ ।

ଏହି ଔଷଧର ପରୀକ୍ଷା ଏବେ ଏକ ମୂଷା ଶରୀରରେ କରାଯାଇଛି । ମୋଟା ମୂଷାକୁ ଭୋକିଲା ନ ରଖି ତାହା ଶରୀରରେ ଏହି ପରୀକ୍ଷଣ କରାଯାଇଥିଲା । ଏହାଦ୍ୱାରା ମୂଷା ଶରୀରର ଓଜନ କମିବା ସହ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିୟନ୍ତ୍ରଣ ହୋଇଥିବାର ଜଣାପଡିଛି । ଦଶ ଦିନ ମୂଷା ଶରୀରରେ ଏହି ପରୀକ୍ଷଣ କରାଯାଇଥିଲା ଯାହାଦ୍ୱାରା ମୂଷା ଶରୀରର ୭ ପ୍ରତିଶତ ଓଜନ କମ ହୋଇଥିଲା । ତେବେ ଖୁବଶୀଘ୍ର ଏହି ଔଷଧ ବଜାରକୁ ଆସିବ ବୋଲି ଜଣାପଡିଛି ।