ନୂଆ ବର୍ଷରେ ବିଜେଡିର ନୂଆ ମିଡିଆ ଟିମ୍ । ଜାତୀୟ ସ୍ତରରେ ୬ ମୁଖାପତ୍ର ସହ ୧୬ ଜଣଙ୍କୁ ନିଯୁକ୍ତି । ପ୍ୟାନେଲିଷ୍ଟରେ ୧୪ ଜଣଙ୍କ ନାମ

183

କନକ ବ୍ୟୁରୋ : ନୂଆ ବର୍ଷରେ ବିଜେଡି ପ୍ରସ୍ତୁତ କଲା ନୂଆ ମିଡିଆ ଟିମ୍ । ଏହି ନୂଆ ମିଡିଆ ଟିମ୍ ରେ ଜାତୀୟ ସ୍ତରରେ ୬ ଜଣ ମୁଖପାତ୍ରଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଅନ୍ୟ ୧୬ ଜଣ ମଧ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି  । ଜାତୀୟ ମୁଖପାତ୍ର ଭାବେ  ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଅଚ୍ୟୁତ ସାମନ୍ତ, ସସମିତ ପାତ୍ର, ଶର୍ମିଷ୍ଠା ସେଠୀ ଓ ଅମର ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଛି । ତେବେ ଅମର ପଟ୍ଟନାୟକଙ୍କୁ ବିଶେଷ କରି ଆର୍ଥିକ ଓ ବୈଦେଶିକ ବ୍ୟାପର ବିଷୟରେ ଦଳର ଆଭିମୂୁଖ୍ୟ ରଖିବାକୁ ଦାୟିତ୍ୱ ଦିଆଯାଇଛି । ପ୍ରତାପ କେଶରୀ ଦେଓ, ଚନ୍ଦ୍ରଶେଖର ସାହୁ, ରମେଶ ମାଝୀ, ସ୍ନେହାଙ୍ଗୀନ ଛୁରିଆ, ବ୍ୟୋମକେଶ ରାୟ, ରାଜେଶ୍ୱରୀ ପାଣିଗ୍ରାହୀ ,କସ୍ତୁରୀ ମହାପାତ୍ର, ଲେନିନ ମହାନ୍ତି.ଅନୁଭବ ପଟ୍ଟନାୟକ, ଲୋପାମୂଦ୍ରା ବକ୍ସି ପାତ୍ର, ସଂଜୟ ବାବୁ, ସୁଲତା  ଦେଓ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ଏଲିନା ଦାସ, ହରିଶ ଚୌଧୁରୀଙ୍କୁ ମୁଖପାତ୍ର ଭାବେ ଦାୟିତ୍ୱ ଦିଆଯାଇଛି ।