ନୂଆବର୍ଷରେ ହ୍ୱାଟ୍ସଆପର ନୂଆ ଫିଚର ! ଏଣିକି ବିନା ଅନୁମତିରେ କେହି ପଢି ପାରିବେନି ଆପଣଙ୍କ ହ୍ୱାଟ୍ସଆପ ଚାଟ୍ ।

ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ମେସେଜିଂ ଆପ୍ ମଧ୍ୟରୁ ହ୍ୱାଟ୍ସଆପ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

631

ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ମେସେଜିଂ ଆପ୍ ମଧ୍ୟରୁ ହ୍ୱାଟ୍ସଆପ ପ୍ରମୁଖ ଭୂମିକା ଗ୍ରହଣ କରିଛି । ହ୍ୱାଟ୍ସଆପ ବ୍ୟବହାର ଦ୍ୱାରା କେବଳ ସମ୍ପର୍କିୟମାନେ ନିଜ ସହ ଯୋଡି ହୋଇ ରହିଥାନ୍ତି ତା ନୁହେଁ, ଏହା ଦ୍ୱାରା ଅଫିସ ଏବଂ ଅନ୍ୟାନ୍ୟ କର୍ମକ୍ଷେତ୍ରରେ ମଧ୍ୟ ବେସ ସହାୟତା ମିଳିପାରୁଛି । ଗ୍ରାହକ ମାନେ ନିଜର ବ୍ୟକ୍ତିଗତ ଚାଟିଂ ସହ ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ହ୍ୱାଟ୍ସଆପ ମାଧ୍ୟମରେ ପରସ୍ପରକୁ ସେୟାର କରିଥାନ୍ତି । କେବଳ ସେତିକି ନୁହେଁ ଅନେକ ଗୁପ୍ତ ତଥ୍ୟ ମଧ୍ୟ ଏଥିରେ ସେୟାର କରାଯାଇଥାଏ । ଯାହାକୁ ନେଇ ସର୍ବଦା ଡର ମଧ୍ୟ ଲାଗି ରହିଥାଏ । କାହିଁକି ନା ହ୍ୱାଟ୍ସଆପରେ କୌଣସି ସିକ୍ୟୁରିଟି ବ୍ୟବସ୍ଥା ନଥିବାରୁ ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ଥାଏ । ତେଣୁ ଗ୍ରାହକଙ୍କ ତଥ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ ଏବେ ଏପରି ଏକ ଫିଚର୍ସ ଆଣିଛି ଯାହା ଗ୍ରାହକଙ୍କ ତଥ୍ୟକୁ ସୁରକ୍ଷିତ ରଖିବ । ଏହି ଫିଚର ଆସିବା ଦ୍ୱାରା କେହି ଆପଣଙ୍କ ଫୋନ ନେଇ ଆପଣଙ୍କ ଚାଟକୁ ପଢ଼ି ପାରିବେ ନାହିଁ । ଏହି ସୂଚନା ହ୍ଵାଟ୍ସଆପ୍ ଟୁଇଟ୍ କରି ଜଣାଇବା ପରେ ଖବରଟି ସାମ୍ନାକୁ ଆସିଛି ।

ହ୍ଵାଟ୍ସଆପର ଫିଚର ଉପରେ ନଜର ରଖୁଥିବା ଓ୍ଵାବବେଟାଇନଫୋ ତରଫରୁ କରାଯାଇଥିବା ଟୁଇଟ୍ ଅନୁଯାୟୀ, ହ୍ୱାଟ୍ସଆପ ବେଟା ଆଣ୍ଡ୍ରୋଏଡ୍ ୨.୧୯.୩ ଅପଡ଼େଟରେ ବ୍ୟବହାରକାରୀଙ୍କୁ ଫିଙ୍ଗରପ୍ରିଣ୍ଟ ଅଥେଣ୍ଟିକେସନ ଦିଆଯିବ । ଏହା ଛଡ଼ା ଫେସ୍ ଆଇଡି ଏବଂ ଟଚ୍ ଆଇଡି ଉପରେ ମଧ୍ୟ ହ୍ଵାଟ୍ସଆପ୍ କାମ କରିବ ବୋଲି ଜଣା ପଡ଼ିଛି । ଏହି ସବୁ ଫିଚର ଖୁବ୍ ଶୀଘ୍ର ଆଇଓଏସରେ ମଧ୍ୟ ଉପଲବ୍ଧ ହେବ। ହ୍ଵାଟ୍ସଆପ୍ରେ ଫିଙ୍ଗରପ୍ରିଣ୍ଟ ସିକ୍ୟୁରିଟିର ସୁବିଧା ପୂର୍ବରୁ ଥିଲା । କିନ୍ତୁ ପୂର୍ବରୁ ତୃତୀୟ ପକ୍ଷ ଜରିଆରେ ଏହି ସୁବିଧା ବ୍ୟବହାରକାରୀଙ୍କୁ ଦିଆ ଯାଉଥିବା ବେଳେ ଏବେ ଏହା ହ୍ଵାଟ୍ସଆପ୍ ପକ୍ଷରୁ ସିଧାସଳଖ ଭାବରେ ବ୍ୟବହାରକାରୀଙ୍କୁ ମିଳି ପାରିବ ।