ପୁଅଙ୍କ ପାଇଁ ନୂଆ ଫ୍ୟାସନ । ବଜାରକୁ ଆସିଲା ହାଫ୍ କ୍ରପଟପ୍

42

ଫ୍ୟାସନ ମାମଲାରେ ଯୁବତୀଙ୍କ ପାଇଁ ବିଭିନ୍ନ ଡିଜାଇନର ଡ୍ରେସ ମିଳିଥାଏ । କ୍ରପ ଟପ ଠାରୁ ଆରମ୍ଭ କରି ବିଭିନ୍ନ ଡିଜାଇନର ସାର୍ଟ ପ୍ୟାଣ୍ଟ ଯୁବତୀ ମାନଙ୍କ ପାଇଁ ଉପଲବ୍ଧ ଥାଏ । କିନ୍ତୁ ଯୁବକ ମାନଙ୍କ ପାଇଁ ଫ୍ୟାସନେବଲ ଡ୍ରେସ ଯେପରି ସ୍ୱପ୍ନ । ତେଣୁ କେବଳ ଯୁବକଙ୍କ ଚିନ୍ତା ଦୂର କରିବା ପାଇଁ ଗୋଟିଏ କମ୍ପାନି ନୂଆ ବିକଳ୍ପ ଆଣିବାକୁ ଯୋଜନା କରିଛି ।ASOS ନାମକ କମ୍ପାନି ପୁଅ ମାନଙ୍କ ପାଇଁ କ୍ରପ ଟପ୍ ପ୍ରସ୍ତୁତ କରିଛି । ଶୁଣିବାକୁ ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ । ଯାହାର କିଛି ଝଲକ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କମ୍ପାନି ପ୍ରସ୍ତୁତ କରିଥିବା ଏକ୍ସଟ୍ରିମ ନାମକ ଏହି କ୍ରପଟପକୁ ସାଧାରଣ ଟିସାର୍ଟ ତୁଳନାରେ ଅଧିକ କାଟି ଦିଆଯାଇଛି । ଯାହାଦ୍ୱାରା ଏହି କ୍ରପଟପ ପିନ୍ଧିଲେ ମଧ୍ୟ ଛାତି ଓ ପିଠି ପଛ ପୂରା ଫାଙ୍କା ରହୁଛି । ତେବେ କମ୍ପାନି ପକ୍ଷରୁ ଏହି ଷ୍ଟାଇଲିସ କ୍ରପଟପର ମୂଲ୍ୟ ୧୦୦୦ ଟଙ୍କା ରଖାଯାଇଛି । ଇଣ୍ଟରନେଟରେ ଏହାର ଫଟୋ ଆସିବା ପରେ ୟୁଜର୍ସ ମାନେ ମଜାଳିଆ କମେଣ୍ଟ ଦେବା ଆରମ୍ଭ କରିଛନ୍ତି । ଏପରିକି କିଛି ୟୁଜର୍ସ ଏହି କ୍ରପଟପ ସହ ନିଜର ମଜାଳିଆ ଫଟୋ ସେୟାର କରିଛନ୍ତି । କିଛି ୟୁଜର୍ସ କହିଛନ୍ତି , ଏଥିରେ ଟିକଏ ବି ସନ୍ଦେହ ନାହିଁ ଦୁନିଆର ଅନ୍ତ ପାଖେଇ ଆସିଲାଣି । କିନ୍ତୁ ଗରମରୁ ରକ୍ଷା ପାଇବା ପାଇଁ ଏହା ସବୁଠୁ ଭଲ ବିକଳ୍ପ । ଏହା ପୂର୍ବରୁ ପୁରୁଷ ମାନଙ୍କ ପାଇଁ ଏକ କମ୍ପାନି ହଟ୍ ପ୍ୟାଣ୍ଟ ମଧ୍ୟ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲା ।